Masthead

ପୁଣି ଉଠିଲା ପିସିସି ହଟାଓ ଦାବି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିପିଲି ନିର୍ବାଚନରେ ବାଜି ମାରିଛି ବିଜେଡି । ସେପଟେ ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କଂଗ୍ରେସ ଭବନ ଆଗରେ ଜୋରଦାର ନାରା ଦିଆଯାଇଛି। ଆଜି ଅପରାହ୍ନରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ୟ୍ୟାଳୟକୁ ଆସିଥିଲେ। ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଛନ୍ତି।

ନିରଞ୍ଜନ ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରିଛନ୍ତି। କିନ୍ତୁ ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ଵ ଦେଉଛନ୍ତି। କଂଗ୍ରେସ ଭବନ ଆସୁ ନାହାନ୍ତି କି କୌଣସି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ମଧ୍ୟ କରୁନାହାନ୍ତି। ପିପିଲି, ବାଲେଶ୍ୱର, ତିର୍ତ୍ତୋଲରେ ନିରଞ୍ଜନ ଟିକେଟ୍ ବିକିଥିବା ଅଭିଯୋଗ ମଧ୍ୟ କରିଛନ୍ତି। ପୁଣି ଶାସକ ଦଳ ସହ ବୁଝାମଣା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ଆଉ ନିରଞ୍ଜନଙ୍କ ବିରୋଧରେ ଏ ଆନ୍ଦୋଳନ ଦିଲ୍ଲୀ ପର୍ୟ୍ୟନ୍ତ ଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି କର୍ମୀ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି