Masthead

ବିଜୁଳି ସଙ୍କଟ; କେନ୍ଦ୍ରକୁ ଟାର୍ଗେଟ କଲେ ଦିଲ୍ଲୀ ଶକ୍ତିମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନ ବିଜୁଳି ସଙ୍କଟ ମୁଖ୍ୟ ପ୍ରସଙ୍ଗ ଭାବରେ ମୁଣ୍ଡ ଟେକିଛି । ଏନେଇ ରାଜ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିବାର କଥା ସାମ୍ନାକୁ ଆସିଥିଲା । ହେଲେ ଦେଶରେ ପର୍ଯ୍ୟାପ୍ତ କୋଇଲା ରହିଛି । ତେଣୁ ଦେଶରେ ବିଜୁଳି ସଙ୍କଟ ଥିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ କହିଥିଲେ । ହେଲେ ବାସ୍ତବ ଚିତ୍ର କଣ ତାହା ସାରା ଦେଶ ଜାଣିଛି ବୋଲି ଦିଲ୍ଲୀ ଶକ୍ତିମନ୍ତ୍ରୀ କହିଛନ୍ତି । ଏହା ସହ ଦିଲ୍ଲୀରେ କୌଣସି ବିଦ୍ୟୁତ କେନ୍ଦ୍ର ନାହିଁ । ଆମେ ଅନ୍ୟ ରାଜ୍ୟର କୋଇଲା ପ୍ଲାଣ୍ଟରୁ ଶକ୍ତି କିଣୁଥାଉ ।

ହେଲେ NTPC ଏହାର ସମସ୍ତ କାରଖାନା ଉତ୍ପାଦନ କ୍ଷମତାକୁ ଅଧା କରିଦେଇଛି । ଏହାର ଦୁଇଟି କାରଣ ଥାଇପାରେ, ପ୍ରଥମରେ କୋଇଲା ଅଭାବ ହୋଇପାରେ କିମ୍ବା ଦ୍ୱିତୀୟରେ କେନ୍ଦ୍ର ସେମାନଙ୍କୁ ଏହା କରିବାକୁ କହିଥାଏ । ଦିଲ୍ଲୀରେ ବ୍ଲାକ ଆଉଟ କେନ୍ଦ୍ରର ନିଷ୍ପତ୍ତି ଉପରେ ନିର୍ଭର କରେ । ବର୍ତ୍ତମାନ କେବଳ ଅଧା ଯୋଗାଣ ଗ୍ରହଣ କରାଯାଉଛି । ଯଦି ଏହା ନହୁଏ ତେବେ ବ୍ଲାକ ଆଉଟ ଆରମ୍ଭ ହେବ ବୋଲି ଦିଲ୍ଲୀ ଶକ୍ତିମନ୍ତ୍ରୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ