Before Header

NHRC  କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

0 29

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ମାନବାଧିକାର ଆୟୋଗ ବା NHRC ର ମୂଳଦୁଆ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହା ମଧ୍ୟରେ ସେ ବିରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ ମଧ୍ୟ ପଛେଇ ନାହାଁନ୍ତି । ତେବେ ସମାନ ପ୍ରକାରର ଘଟଣାରେ କିଛି ଲୋକ ମାନବିକ ଅଧିକାରର ଉଲ୍ଲଘଂନ ଦେଖନ୍ତି ଏବଂ ଅନ୍ୟ କୌଣସି ଘଟଣାରେ ସମାନ ବ୍ୟକ୍ତି ମାନବିକ ଅଧିକାରର ଉଲ୍ଲଂଘନ ଦେଖନ୍ତି ନାହିଁ ।

ଏହି ପ୍ରକାର ମାନସିକତା ମାନବିକ ଅଧିକାର ପାଇଁ ମଧ୍ୟ ବଡ଼ କ୍ଷତି ଘଟାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏପରି କହି ସିଧାସଳଖ ଦେଶର ବିରୋଧୀ ଦଳମାନଙ୍କୁ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

 

Leave A Reply

Your email address will not be published.