ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନଙ୍କ ଉପରେ ବର୍ଷିଲେ ବିଜେପି ନେତା ପ୍ରଦିପ ପାଣିଗ୍ରାହୀ । ନବୀନଙ୍କୁ କଡ଼ା ସମାଲୋଚନା କରି କରିଛନ୍ତି । ନବୀନ ବାବୁ କେତେ ମାର୍ଜିନିରେ ଜିତିବେ ସେଇଟା କହିବେ କି ବିଜେଡି ନେତା ବୋଲି ପ୍ରଶ୍ନ କରିଛନ୍ତି । ଗ୍ରାଉଣ୍ଡ ଲେବୁଲର ତଥ୍ୟ କହୁଛି ଅଫିସରମାନେ ଯାଇ କି ଲୋକଙ୍କ ଗୋଡ଼ ହାତ ଧରିଛନ୍ତି ଶେଷ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ଦିଅନ୍ତୁ । ଟଙ୍କା ବାଣ୍ଟି ଭୋଟ କିଣିବାକୁ ଚେଷ୍ଟା କରିଛନ୍ତି । ତା ପରେ ବି ଲୋକମାନେ ବି ପଚାରିଛନ୍ତି ଆମେ କାହିଁକି ଭୋଟ ଦେବୁ ନବୀନ ପଟ୍ଟନାୟକଙ୍କୁ । କଣ ଦାଦନ ଯିବା ପାଇଁ କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଯାହା ରିପୋର୍ଟ ଆସୁଛି ହିଞ୍ଜିଳିରୁ ହାରୁଛନ୍ତି ନବୀନ ।

ଓଡିଶା ଡ଼ିଜିପି ଆଡ଼ ହକ ପୋଷ୍ଟ ରେ କାହିଁକି ଅଛନ୍ତି । କାହିଁକି ରେଗୁଲାର କରାଯାଉନି । ତାଙ୍କୁ ରେଗୁଲାର କରା ନଯିବାରୁ ସେ ସ୍ୱାଧୀନ ଭାବେ କାମ କରି ପାରୁ ନାହାନ୍ତି । ତାଙ୍କ ଉପରେ ଲଗାମ ରଖି କି କାମ କରାଉଛି ବିଜେଡି । କିଛି ପୋଲିସ ଅଧିକାରୀ ପୋଲିସ ବିଭାଗକୁ ବଦନାମ କରୁଛନ୍ତି ଏହା ଡ଼ିଜିପି ଜାଣନ୍ତୁ ବୋଲି କହିଛନ୍ତି ପ୍ରଦୀପ । ସେ ଆହୁରି ମଧ୍ୟ କହିଛନ୍ତି ଆତାପୀ ଓ ବାତାପୀ ଅଶୁର ଭଳି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ କଅଁଳ କଥା କହି ଓଡ଼ିଶାବାସୀ ଠକି ଆସୁଛନ୍ତି । ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକ ମଧ୍ୟରୁ ୩୮ ଜଣ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି । କାହିଁକି କେବଳ ନବୀନ ପାଣ୍ଡିଆନ ପ୍ରଚାର କରୁଛନ୍ତି ।

କାହିଁକି ଅନ୍ୟ ଷ୍ଟାର ପ୍ରଚାରକମାନଙ୍କୁ ପ୍ରଚାର କରିବାକୁ ଦିଆ ଯାଉନି । କଣ ସେମାନେ ଆଗରୁ ପ୍ରଚାର କରୁ ନଥିଲେ କି । ଯଦି ପୂର୍ବରୁ ରାଜା ସ୍ୱାଇଁ, ଅର୍ଥ ମନ୍ତ୍ରୀ, ସଂସଦୀୟ ମନ୍ତ୍ରୀଙ୍କ ଭଳି ନେତା ବୁଲି ବୁଲି ପ୍ରଚାର କରୁଥିଲେ ତେବେ ବର୍ତ୍ତମାନ ତାଙ୍କୁ କାହିଁକି ପ୍ରଚାରରୁ ଦୂରେଇ ରଖାଗଲା । ବିଜେଡି ନେତାମାନଙ୍କୁ କହୁଛି କାର୍ତ୍ତିକର ଗୋତି ଶ୍ରମିକ ହେଇ ରହିବେ ନିଜ ସ୍ୱାଭିମାନକୁ ବଞ୍ଚେଇବାକୁ ସ୍ୱର ଉତ୍ତୋଳନ କରିବେ। ରଘୁ ସାହୁ ଯିଏ ଚିଲିକା ବିଧାୟକ ପ୍ରାର୍ଥୀ ବିଜେଡିର ତାଙ୍କୁ ମଞ୍ଚରୁ ଓହ୍ଲେଇ ଦିଆଗଲା। ସେଠି ଯଦି ରଘୁ ସାହୁ ବିରୋଧ କରିଥାନ୍ତେ ତାହାଲେ ଓଡ଼ିଶାର ଗର୍ବ ରହିଥାନ୍ତ ନା ନାହିଁ। କାର୍ତ୍ତିକ ପାଣ୍ଡିଆନଙ୍କ ବିରୁଦ୍ଧରେ ୨୦୧୦ ଓ ୨୦୧୧ ରେ ଭିଜିଲାନ୍ସ କେସ କରିବା ମିଛ କି ।

୨ ଲକ୍ଷ ଟଙ୍କା ଲାଞ୍ଚ ପାଣ୍ଡିଆନ ନେବା ମିଛ କି ? ଏହାର ଉତ୍ତର ବିଜେଡିର ତଥା କଥିତ ମୁଖପାତ୍ର ମାନେ ରଖିବେ କି ? ବିଜେଡି ବୁଡିବା ପଛର ମୂଳ କାରଣ ପାଣ୍ଡିଆନ । ନବୀନ ପଟ୍ଟନାୟକ ପାଖରେ ରହି ବିଜେଡିକୁ ଭସ୍ମ କରିବାକୁ ଯୋଜନା କରିଛନ୍ତି ପାଣ୍ଡିଆନ । କୋଭିଡ଼ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବହାରିଲେନି। ତା ଭିତରେ ଅଫିସ ଖୋଲା ଯାଇଛି କି? କିଏ ସେ ଅଫିସ ନିର୍ମାଣ କରିଛି? ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଛି ନା ଜଣେ ବ୍ୟକ୍ତି ଏ କାମ ପାଇଁ ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ? ପ୍ରାଇଭେଟ ପ୍ରପୋର୍ଟିରେ ବିନା ବିଡିଏ ଅପ୍ରୁଭାଲରେ କେମିତି ଘର ନବୀନନିବାସରେ ତିଆରି ହେଲା।

ବଂଶୀଧର ପଣ୍ଡାଙ୍କ ପରିବାର ସହ ବିଜୁ ବାବୁଙ୍କ ସମ୍ପର୍କ ଘନିଷ୍ଠ। ବିଜୁ ବାବୁ ଋଣ ଭାରରେ ବୁଡି ରହିଥିବା ବେଳେ ବଂଶୀଧର ବାବୁ ତାଙ୍କୁ ମୁକୁଳେଇଥିଲେ। ବିଜେଡି ନୂଆ କରି ପାର୍ଟି ଅଫିସ ସ୍ଥାପନ ବେଳେ କର୍ମଚାରୀ ପ୍ରାଥମିକ ସମୟରେ ଦରମା ଦେଇଥିଲେ ବୋଲି କହିଛନ୍ତି ପ୍ରଦୀପ ।

Leave a Reply

Your email address will not be published. Required fields are marked *