Masthead

ପ୍ରଚାର ମଇଦାନରେ ଇନ୍ଦିରା ନନ୍ଦ

କୋରାପୁଟ (ବଡ଼ ଖବର ବ୍ୟୁରୋ): ଜୟପୁର ନିର୍ବାଚନମଣ୍ଡଳିର ବିଜେଡି ପ୍ରାର୍ଥନୀ ଭାବେ ଡ଼.ଇନ୍ଦିରା ନନ୍ଦଙ୍କୁ ଘୋଷଣା କରାଯାଇଛି । ଇନ୍ଦିରା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ଧର୍ମପତ୍ନୀ। ଇନ୍ଦିରା ତାଙ୍କର ପ୍ରଚାର ବୋରିଗୁମ୍ମା ସ୍ଥିତ ଭୈରବ ମନ୍ଦିରରୁ ଆରମ୍ଭ କରିଥିଲେ। ଶହ ଶହ କର୍ମୀ ଓ ସମର୍ଥକ ଗହଣରେ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା ପରେ ବୋରିଗୁମ୍ମା ସହରରେ ଏକ ବିରାଟ ରୋଡ଼ ସୋ କରିଥିଲେ। ତାଙ୍କ ସହ କୋରାପୁଟ ସାଂସଦ ବିଜେଡି ପ୍ରାର୍ଥନୀ କୌଶଲ୍ୟା ହିକକା ମଧ୍ୟ ରାଲିରେ ଯୋଗ ଦେଇଥିଲେ।

ବିରାଟ ରାଲି ସ୍ଥାନୀୟ ଭୈରବ ମନ୍ଦିରରୁ ବାହାରି ମେନ ରୋଡ଼, ହାଟ ପଦା, କୋଟପାଡ଼ ରୋଡ଼, ନବରଙ୍ଗପୁର ରୋଡ଼ ସହ ସାହି ସାହି ବୁଲି ପ୍ରଚାର କରିଥିଲେ। ଦୁଇ ପ୍ରାର୍ଥନୀ ସ୍ଥାନୀୟ ମାଆ ମାଣିକେଶ୍ୱରୀ ପୀଠରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ବିକାଶ ଏକ ମାତ୍ର ମୁଦ୍ଧା ବୋଲି ଡ଼.ଇନ୍ଦିରା ନନ୍ଦ କହିଛନ୍ତି।

ଆଜିର ରାଲିରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, କେ.ନାଗରାଜ ଦୋରା, ବ୍ଳକ ବିଜେଡି କାର୍ଯ୍ୟକାରୀ ସଭାପତି ମୁନା ଦୋରା, ବ୍ଳକ ବିଜେଡ଼ି ସଭାପତି ବିବେକାନନ୍ଦ ପଟ୍ଟନାୟକ, ଗୁପ୍ତ ପ୍ରସାଦ ଗନ୍ତାୟତ, ଏମ.ମାଙ୍ଗାମା, ଚିତ୍ରସେନ ମିଶ୍ର, ସୁରେନ୍ଦ୍ର ତ୍ରିପାଠୀ, ଗୌରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଳା ଘାସୀ, ସ୍ଥାନୀୟ ସମିତି ସଭ୍ୟା ପ୍ରିୟଙ୍କା ରଥ,ଏଲ.ନାରାୟଣ, ସୁବାସ ନାୟକ ଙ୍କ ସହ ଶହ ଶହ ମହିଳା ଓ ପୁରୁଷ କର୍ମୀ ଓ ସମର୍ଥକ ରାଲିରେ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ