Masthead

ଗରମ ସହିନପାରି ୩୨ ଛାତ୍ରୀ ଅସୁସ୍ଥ

କୋଇଡା(ବଡ଼ ଖବର ବ୍ୟୁରୋ): ଗରମ ସହିନପାରି ୩୨ ଛାତ୍ରୀ ଅସୁସ୍ଥ । କୋଇଡା ବ୍ଲକ୍ ସୋୟମ୍ବା ପଞ୍ଚାୟତ ସୋୟମ୍ବା ଆବାସିକ ଛାତ୍ରୀ ବିଦ୍ୟାଳୟର ଛାତ୍ରୀମାନେ ବୁଧବାର ବାସି ପଖାଳ ଏବଂ ଭଜା ଖାଇଥିଲେ । ମାତ୍ର ଅତ୍ୟଧିକ ଗରମ ଯୋଗୁଁ ଛାତ୍ରୀମାନଙ୍କ ପେଟ ଖରାପ ହୋଇ ବାରମ୍ବାର ଝାଡ଼ା ହୋଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଅସୁସ୍ଥ ଛାତ୍ରୀମାନଙ୍କୁ କେ ବଲାଙ୍ଗ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସନତ କୁମାର ପଶୁପାଳକ କହିଛନ୍ତି ଛାତ୍ରୀମାନଙ୍କ ରୁମରେ ଉପଯୁକ୍ତ ଭେଣ୍ଟିଲେସନ ନଥିବାରୁ ସମସ୍ତ ଛାତ୍ରୀ ଡିହାଇଡ୍ରେସନ ଯୋଗୁ ଅସୁସ୍ଥ ହୋଇପଡିଛନ୍ତି । ସେଥିପାଇଁ ତୁରନ୍ତ ୭ ଟି କୁଲର ବ୍ୟବସ୍ଥା କରାଯାଇଛି । ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଚାଲିଛି । କୋଭିଡ ଟେଷ୍ଟ ମଧ୍ୟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’