Masthead

ମନ୍ତ୍ରିମଣ୍ଡଳରୁ ଗଡିପାରେ ପ୍ରତାପଙ୍କ ମୁଣ୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାହାଙ୍ଗା ମର୍ଡର ମାମଲାରେ ସରକାର ଅଡୁଆରେ । ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କରୁଛନ୍ତି ଷଣ୍ଢୁଆଶୀ ଆକ୍ରମଣ । ବିରୋଧୀଙ୍କ ଆକ୍ରମଣ କମିବାର ନାଁ ଧରୁନି । ସ୍ୱର ତେଜ୍ ହେବାରେ ଲାଗିଛି । ଜନଅସନ୍ତୋଷ ବଢୁଛିି ।  ଏହି ହତ୍ୟା ମାମଲାର ଏତଲାରେ ରହିଛି ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ । ମନ୍ତ୍ରୀଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ କୁଳମଣିଙ୍କ ପୁଅ । ଯାହା ସରକାରଙ୍କୁ ଅକଳରେ ପକାଇଛି । ଆଇନ ମନ୍ତ୍ରୀଙ୍କ ଅଂଚଳରେ ବିଜେପିର ବରିଷ୍ଠ ନେତା କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା କରାଗଲା । ଏଥିରେ ସିଧା ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗ ଉଠିଛି । ମନ୍ତ୍ରୀଙ୍କ ନାଁ ବି ଉଠିଛି । ଏହି ଅଭିଯୋଗ ହିଁ ଘଟଣାକୁ ବେଶୀ ବିବାଦୀୟ କରିଛି । ସରକାରଙ୍କ ସମସ୍ୟା ବଢାଇଛିି ।

ବିଜେପିର ଜଣେ ପରେ ଜଣେ ବଡ଼ ନେତା ମାହାଙ୍ଗା ଯାଇ ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି । ସେପଟେ ୨ ଦିନ ତଳେ କଂଗ୍ରେସ ଡିଜିପି ଅଫିସ ଘେରିଥିଲା । ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇଥିବା ଅଭିଯୋଗରେ ହୋହଲ୍ଲା କରିଥିଲା । ଆଜି ବିଜେପି ବି ସେହି ରାସ୍ତାରେ ଦୁଇ ପାଦ ଆଗେଇଛି । ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ହୋଇଛି । ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଅଡି ବସିଥିଲା ଦଳ । ବେଶ୍ କିଛି ସମୟ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା । ବାଧ୍ୟ ହୋଇ ଡିଜିଙ୍କୁ ଘଟଣାର ତଦନ୍ତ ଶେଷ କରିବାକୁ ଦଶ ଦିନର ମହଲତ ନେବାକୁ ହୋଇଥିଲା ।
ମନ୍ତ୍ରୀ ପ୍ରତାପଙ୍କ ପାଇଁ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବାରେ ଲାଗିଛି । ବିରୋଧୀଙ୍କୁ ସୁଯୋଗ ଦେଉଛି ସରକାରଙ୍କୁ କାଠଗଡାରେ ଛିଡା କରିବାକୁ । ଏପଟେ ବିଜେପି ମନ୍ତ୍ରୀଙ୍କ ବିରୋଧରେ ଆକ୍ସନ ପାଇଁ ଚାପ ବଢାଉଥିବା ବେଳେ, କଂଗ୍ରେସ ବି ସରକାରଙ୍କୁ ନାକେଦମ କରିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ନେତା, କର୍ମୀ ମାହାଙ୍ଗାରେ ପହଂଚିଥିଲେ । ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ଘଟଣାକୁ ନେଇ ସରକାର ଏବେ ସବୁ ଆଡୁ ଘେରାବନ୍ଦୀରେ । କାହିଁକି ନା ମାହାଙ୍ଗାରେ ଯେଉଁଭଳି ଭାବେ ବୀଭତ୍ସତାର ସହ ୨ ମୁଣ୍ଡ ଗଡିଲା, ସେଥିରେ ପ୍ରତାପଙ୍କ ନାଁ ଉଠିଲା, ତେଣୁ ମନ୍ତ୍ରିମଣ୍ଡଳରୁ ସେ ବିଦା ହୁଅନ୍ତୁ ଏହା ହିଁ ବିରୋଧୀଙ୍କ ବଡ଼ ଦାବି ।

ପୂର୍ବରୁ ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ଅକଳରେ ପଡିଥିଲେ ନବୀନ । ଘଟଣା ଏ ଯାଏଁ ପୂରା ମ୍ୟାନେଜ ବି ହୋଇନି । ପୁଣି ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ ସରକାରଙ୍କ ବିରୋଧରେ ଅସ୍ତ୍ର ପାଇଛନ୍ତି ବିରୋଧୀ । ଯାହା ସୂଚନା ମିଳୁଛି, ନବୀନ ଏହି ସ୍ଥିତିରୁ ବାହାରିବାକୁ ଉଭୟ ପ୍ରତାପ ଓ ଅରୁଣଙ୍କୁ ମନ୍ତ୍ରିମଣ୍ଡଳରୁ ବାହାରର ରାସ୍ତା ଦେଖାଇବେ । ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ଆଭାସ ମିଳୁଛି । ଆଉ ଏଥର ଆଉଟ୍ ହେବା ତାଲିକାରେ ଏହି ୨ ବିବାଦୀୟ ନେତା ଆଗରେ ଅଛନ୍ତି । କାରଣ ପରୀ ଓ କୁଳମଣିଙ୍କ ସହ ଯାହା ଘଟିଛି ଓ ସେଥିରେ ୨ ମନ୍ତ୍ରିଙ୍କ ନାଁ ଆସିବା, ତାହା ସରକାରଙ୍କୁ ନିନ୍ଦିତ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ