ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ବୋଲଗଡ଼ ଥାନା ବଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ ୨୦୧୯ ଅଗଷ୍ଟ ମାସରେ ଟ୍ରେଡ଼ ୟୁନାଇଟେଡ଼ ନାମକ ଏକ ବିଦେଶୀ ୱେବସାଇଟରେ କାଠ ଯୋଗାଇଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇଥିଲେ । ସେହି ସଂସ୍ଥାରୁ କାଠ କିିଣିବା ପାଇଁ ୧୬ ଲକ୍ଷ ୩୨ ହଜାର ଟଙ୍କା ବ୍ୟାଙ୍କରୁ ରୁଣ କରି ଉକ୍ତ ସଂସ୍ଥାକୁ ପଠାଇଥିଲେ । ଚୁକ୍ତି ଅନୁଯାୟୀ, ୨୦୧୯ ଅଗଷ୍ଟ ୩୦ରେ କାଠ ଜାହାଜ ଲାଗିବାର ସୂଚନା ଦିଆଯାଇଥିଲା । କିନ୍ତୁ ପରବତ୍ତିୀ ସମୟରେ କୌଣସି କାଠ ଆସିନଥିଲା ।

ୟୁନାଇଟେଡ଼ ଲିମିଟେଡ଼ ବିଦେଶୀ ସଂସ୍ଥା ତାଙ୍କ ଠାରୁ ଠକି ନେଇଥିବା ବ୍ରଜବନ୍ଧୁ ନିଜେ ଜାଣିବାକୁ ପାଇଥିଲେ । ପରେ ଏନେଇ ବ୍ରଜବନ୍ଧୁ ବୋଲଗଡ଼ ଥାନା ମୁଖ୍ୟମନ୍ତ୍ରୀ ଅଫିସ, ସାଇବର ଥାନା ଓ ଖୋର୍ଦ୍ଧା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବ୍ରଜବନ୍ଧୁୁକୁ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିବେ ବୋଲି ଧମକ ଦେଇଥିଲେ । ଆଜି ବ୍ରଜବନ୍ଧୁୁ ନିଜେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିବାକୁ ଯାଉଥିବାବେଳେ ବ୍ରଜବନ୍ଧୁୁଙ୍କୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ