Masthead

ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚିଲିକା ଚିଲିକା ଚିଲିକା । ଚିଲିକାର ଶୋଭା ନାହିଁ ପଟାନ୍ତର, ଥିଲେ ଥିବ ସ୍ୱର୍ଗେ ମର୍ତ୍ତେ ଅଗୋଚର । ମରାଳ ମାଳିନୀ ନିଲାମ୍ବୁ ଚିଲିକାର ଆକର୍ଷଣ ବେଶ ମନମୁଗ୍ଧକର । ଶୀତ ଋତୁରେ ବିଦେଶାଗତ ପକ୍ଷୀଙ୍କ ସୁମଧୁର କାକଳୀ ପର୍ଯ୍ୟଟକ ମାନଙ୍କୁ କରିଦିଏ ଆନମନା । ଏମାନଙ୍କ ଜଳ କ୍ରିଡ଼ା ଭୁଲିବାର ନୁହେଁ । ଚିଲିକାର ଅପରୂପ ବିଭବ ଓ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାବେଶର ମନୋଜ୍ଞ ପରିବେଶ ଯୁଗ ଯୁଗ ଧରି କବି, ଭାବୁକ ଓ ପ୍ରକୃତି ପ୍ରେମୀଙ୍କୁ ପାଗଳ କରିଆସୁଛି । ଏହି ଶୋଭାକୁ ସ୍ମୃତି ପଟରେ ସାଇତି ରଖିବା ପାଇଁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଆରମ୍ଭ କରିଛି ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ।

ତିନି ବର୍ଷ ହେଲା ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଆୟୋଜିତ ହେଉଛି ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ତିନି ଦିନ ଧରି ଚାଲିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ଓଟିଡ଼ିସି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ଅବସରରେ ପର୍ଯ୍ୟଟକ ମାନଙ୍କ ମନୋଞ୍ଜନ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା । ଘୋଷଣା ହୋଇଛି ସ୍ୱତନ୍ତ୍ର ପ୍ୟାକେଜ । ଭୁବନେଶ୍ୱରରୁ ପର୍ଯ୍ୟଟକମାନେ ସ୍ୱତନ୍ତ୍ର ବସରେ ଚିଲିକା ସାତକୋଶିଆ ଓ ଚନ୍ଦକା -ଡ଼ମପଡ଼ା ପରିଦର୍ଶନ କରିପାରିବେ । ସେଠାରେ ମଧ୍ୟ ରାତ୍ର ରହଣୀର ବ୍ୟବସ୍ଥା ଅଛି । ଓଡ଼ିଶାର ପ୍ରାକୃତିକ ଶୋଭାକୁ ମନୋଭରି ଉପଭୋଗ କରିବା ପାଇଁ ଓଟିଡ଼ିଶି ର ଏହା ଏକ ପ୍ରୟାସ ମାତ୍ର ।

ଚିଲିକାରେ ପକ୍ଷୀଙ୍କ ଜଳକ୍ରୀଡାର ବିରଳ ଦୃଶ୍ୟ ଦେଖିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡି ହିଁ ଉପଯୁକ୍ତ ସ୍ଥାନ । ଚିଲିକାର ଉତର- ପୂର୍ବରେ ଅବସ୍ଥିତି ଏହି ସ୍ଥାନରେ ପ୍ରତିବର୍ଷ ଶୀତଋତୁରେ ୨୦୦ ପ୍ରଜାତିର ୧୦ଲକ୍ଷରୁ ଉଦ୍ଧ୍ୱର୍ ପକ୍ଷୀଙ୍କ ସମାଗମ ହୋଇଥାଏ । ସେଇଥିପାଇଁ ମଙ୍ଗଳାଯୋଡିକୁ ବାର୍ଡ ପାରାଡାଇଜ୍ ଅଫ୍ ଏସିଆ ବୋଲି କୁହାଯାଏ । ଓଟିଡିସି ପକ୍ଷରୁ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଡଙ୍ଗା ଓ ବୋଟର ବ୍ୟବସ୍ଥା କରାଯାଇଛି । ଏହା ସହ ଘରୋଇ ଡଙ୍ଗାରେ ଚିଲିକା ଭିତରକୁ ଯାଇ ଦେଶ ବିଦେଶର ପକ୍ଷୀଙ୍କ କ୍ରିଡା କୌତୁକ ଉପଭୋଗ କରିହେବ ।

ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ । ମାତ୍ର ଆବଶ୍ୟକ ପ୍ରଚାର ପ୍ରସାର ଅଭାବରୁ ଏହା ଜନାଦୃତ ହୋଇପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ