Masthead

ନକଲି କରୋନା ଔଷଧ କାରଖାନା ସିଲ, ୭ ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବଢିବାରେ ଲାଗିଛି କରୋନା ଗ୍ରାଫ । ଚିନ୍ତାରେ ଦେଶବାସୀ । କରାନାକୁ ମାତ ଦେବା ପାଇଁ ଚାଲିଛି ଟିକାକରଣ । ତଥାପି ଟିକାର ଅଭାବ ଦେଖାଦେଉଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । କରୋନା ସଂକ୍ରମଣରେ ପ୍ରତିଦିନ ସାରାଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ, ଜୀବନ ରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ ।

ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାର୍ଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ କୋଟଦ୍ୱାରର ଏକ ଔଷଧ ଫ୍ୟାକ୍ଟିରେ । ନକଲି ରେମଡ଼େସିଭିର ଔଷଧ ତିଆରି କରାଯାଉଥିବା ବେଳେ ଏହା ଉପରେ ଚଢାଉ କରିଛି ଦିଲ୍ଲୀ କ୍ରାଇମବ୍ରାଂଚ ପୋଲିସ । ୭ ଜଣଙ୍କୁ ଗିରଫ କରିବା ସହ ୧୯୬ଟି ଇଞ୍ଜେକ୍ସନ ଜବତ କରିଛି । ଗୋଟିଏ ଇଞ୍ଜେକ୍ସନକୁ ମାଫିଆମାନେ ୨୫ ହଜାରରୁ ଅଧିକ ଟଙ୍କା ବିକ୍ରି କରୁଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ