ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷା ବ୍ୟବସ୍ଥା କଡ଼ା କଡି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଆସନ୍ତା ୩ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ । ପ୍ରସ୍ତୁତି ଏବେ ଶେଷ ପର୍ୟ୍ୟାୟରେ । ଦୁଇଦିନ ଗଞ୍ଜାମ ଜିଲ୍ଲାରେ ରହିବାର କାର୍ଯ୍ୟସୂଚୀ ରହିଛି ।
୩ ତାରିଖରେ ଭୁବନେଶ୍ୱରରୁ ଟ୍ରେନ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରୁ ତପ୍ତପାଣି ଠାରେ କନ୍ଧୁଣି ଦେବୀଙ୍କ ଦର୍ଶନ ସାରି ଗୋପାଳପୁରସ୍ଥିତ ଆର୍ମି ଏଡି କଲେଜରେ ରାତ୍ରି ଯାପାନ କରିବେ । ୪ ତାରିଖରେ ପୁଣି ଟ୍ରେନ ଯୋଗେ ଭୁବନେଶ୍ୱର ଫେରି ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଟିକିନିଖି ଯାଞ୍ଚ କରୁଛନ୍ତି ପୋଲିସ ଅଧିକାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ।
