Masthead

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: କେନ୍ଦ୍ରକୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଲା ବିଜେଡି । ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡିର ଲକ୍ଷାଧିକ ଚାଷୀ ଫସଲବୀମା ଯୋଜନା ଦ୍ବାରା ପ୍ରଭାବିତ। ରାଜ୍ୟସରକାର ୩୨୫୦ କୋଟି ଟଙ୍କା ବୀମା କମ୍ପାନୀକୁ ଦେଇଛନ୍ତି। ଓଡ଼ିଶାର ଚାଷୀ ହଜାରେ କୋଟି ଟଙ୍କା ଦେଇଛନ୍ତି ବୀମା କମ୍ପାନୀକୁ। ୨୦୨୦ ସୁଦ୍ଧା ବୀମା କମ୍ପାନୀକୁ ସମୁଦାୟ ୬୧୬୩ କୋଟି ଟଙ୍କା ଦିଆଯାଇଥିବା ବେଳେ ଚାଷୀଙ୍କୁ ବୀମା କମ୍ପାନୀ ଦେଇଛି ୫୦୯୮ କୋଟି ଟଙ୍କା। ଫଳରେ ବୀମା କମ୍ପାନୀ ହଜାରେ କୋଟି ଟଙ୍କା ରୁ ଅଧିକ ଲାଭ କରିଛି।୨୦୧୮ ରୁ ୨୦୨୦ ଭିତରେ ଓଡ଼ିଶାର ଚାଷୀମାନେ ୨୦୯୦ କୋଟି ଟଙ୍କାର ବୀମା ଦାବି କରିଥିଲେ। କିନ୍ତୁ ବୀମା କମ୍ପାନୀ ଏହାର ୫୦ ପ୍ରତିଶତ ଲୋକଙ୍କୁ ୨୦୨୬ କୋଟି ଟଙ୍କାର ବୀମା ଦେଇଛି।ଓଡ଼ିଶାର ଚାଷୀମାନେ ବୀମା ଆକଳନକୁ ନେଇ ବାରମ୍ବାର ହାରସମେଣ୍ଟ ହେଉଛନ୍ତି। ଆନ୍ଧ,ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ବିହାର ଭଳି ୬ଟି ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲଷବୀମା ଯୋଜନାରୁ ଓହରିଗଲେଣି। ଏବେ ସମୟ ଆସିଛି କେନ୍ଦ୍ର ସରକାର ଏସବୁ ଦିଗ ଉପରେ ଦୄଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ। ଚାଷୀଙ୍କ ହକ ପାଇଁ ଆମେ ଆମର ଲଢେ଼ଇ ଜାରି ରଖିବୁ ବୋଲି କହିଛି ବିଜେଡି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ