Masthead

ସେ ଦିନର ଛାତିଥରା ଦୃଶ୍ୟକୁ ବର୍ଣ୍ଣନା କଲେ ନିର୍ଯାତିତ ମହିଳା

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମୁଣ୍ଡ ତଳକୁ କରୁଛି ମଣିପୁର ଲଜ୍ଜା । ଏଭଳି ଘଟଣାରେ ପୁରା ଦେଶ ମର୍ମାହତ । ୨ମହିଳାଙ୍କ ସହ ପାଶବିକ ଅତ୍ୟାଚାର ଦେଖି ହତଭାଗ ସାରା ଦେଶ । ୨ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣା ବିବ୍ରତ କରିଛି ଦେଶବାସୀଙ୍କୁ । ନିବସ୍ତ୍ର ନହେଲେ ଆମକୁ ମାରିଦେବେ । ସେ ଦିନ ଥିଲା କିଛି ଏମିତି ଘଟଣା । କହିଲାବେଳେ ଆଖି ଜକେଇ ଆସୁଥିଲା ମହିଳାଙ୍କର । ଧର୍ଯ୍ୟ ଧରି ସେ ଦିନର ସେହି ଛାତିଥରା ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି ନିର୍ଯାତିତ ମହିଳା ।

ଗତକାଲି ସାମ୍ବାଦିକ ସମ୍ମିନଳି କରି ନିର୍ଯାତିତ ହୋଇଥିବା ମଣିପୁରର ୨ଜଣ ‘କୁକି-ଜୋମି’ ଜନଜାତିର ମହିଳାଙ୍କ ମଧ୍ୟରୁ ୪୦ ବର୍ଷୀୟ ମହିଳାଜଣକ ବଖାଣିଛନ୍ତି ଲଜ୍ଜାକର ଘଟଣା । ସେ କହିଛନ୍ତି ମେ ୩ ତାରିଖ ଦିନ ଉତ୍ତ୍ୟକ୍ତ ଆଦିମ ମଣିପୁରୀ ଅଧିବାସୀମାନେ ତାଙ୍କ ଗାଁକୁ ଆକ୍ରମଣ କରିଥିଲେ। ମେ ୪ ତାରିଖ ସକାଳୁ ସକାଳୁ ତାଙ୍କୁ ଓ ତାଙ୍କର ୪ ସନ୍ତାନଙ୍କୁ ଧରି କାଙ୍କପୋକ୍‌ପି ଜିଲ୍ଲାର ଗୋଟାଏ ନାଗା ଗ୍ରାମକୁ ଯାଇ ଆଶ୍ରୟ ନେବାକୁ ପଠାଇ ଦେଲେ। ତା’ପରେ ଜୀବନ ବିକଳେ ସେ, ତାଙ୍କ ସ୍ବାମୀ ଓ ଆଉ ୮ଜଣ ପାଖ ଜଙ୍ଗଲକୁ ଯାଇ ଆତ୍ମଗୋପନ କଲେ।

କିନ୍ତୁ, ଦୁର୍ୟୋଗକୁ ସେମାନେ ଆଦିମ ମଣିପୁରୀ ବିଦ୍ରୋହୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ମହିଳାଙ୍କ କହିବା ଅନୁସାରେ, ଉତ୍ତ୍ୟକ୍ତ ଜନତା ସେମାନଙ୍କ ପାଖରେ ଥିବା ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଦେଇଥିଲେ । ପରେ ତାଙ୍କୁ ଶାରିରୀକ ଆଘାତ ଦେବା ସହ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ । ପରେ ସେମାନଙ୍କୁ ମୁଖ୍ୟ ରାସ୍ତା ଆଡ଼କୁ ଘୋଷାରି ନେଲେ। ଏ ମଧ୍ୟରେ ଅନ୍ୟ ମହିଳାଙ୍କ ସହ ତାଙ୍କ ଭାଇ ମୁଖ୍ୟରାସ୍ତାରେ ଠିଆ ହୋଇଥିବା ଗୋଟାଏ ପୁଲିସ ଜିପ୍‌ରେ ଲୁଚିଯାଇଥିଲେ।

କିନ୍ତୁ, ଉତ୍ତ୍ୟକ୍ତ ଜନତା କବଳରୁ ସେମାନେ ବର୍ତ୍ତିପାରିଲେ ନଥିଲେ। ପୁଲିସଙ୍କଠାରୁ ସେମାନଙ୍କୁ ଛଡ଼ାଇ ଆଣି ମଣିପୁରୀମାନେସ ତାଙ୍କୁ ମାଡ଼ ମାରିଥିଲେ। ତା’ପରେ ସେମାନେ ଦୁଇ ମହିଳାଙ୍କୁ ଘେରିଯାଇ ତାଙ୍କୁ ଲୁଗା ଓହ୍ଲାଇବାକୁ ବାଧ୍ୟ କଲେ। ଲୁଗା ନ ଓହ୍ଲାଇଲେ ମାରିପକାଇବେ ବୋଲି ଧମକ ଦେଲେ। ମରଣ ଭୟରେ ତାଙ୍କ କଥା ମାନିଥିଲେ ବୋଲି ମହିଳାଜଣକ କହିଛନ୍ତି। ଏଇ ସମସ୍ତ ଘଟଣାକୁ ଉତ୍ତ୍ୟକ୍ତ ଜନତାଙ୍କ ମଧ୍ୟରୁ କେହି ରେକର୍ଡ କରିଥିଲେ। ପରେ ତାକୁ ଭାଇରାଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା