Masthead

ମେ’ ୧୦ରେ କର୍ଣ୍ଣାଟକ ଭୋଟ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ମେ’ ୧୦ରେ ହେବ ଭୋଟ ଗ୍ରହଣ । ମେ’ ୧୩ରେ ଭୋଟ ଗଣତି କରାଯିବ । ଏଥିପାଇଁ ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୪ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ । ସେହି ଦିନ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ନିର୍ବାଚନ ହେବ ବୋଲି ସିଇସି ରାଜୀବ କୁମାର ଘୋଷଣା କରିଛନ୍ତି ।

ମେ’ ୨୪ରେ ଶେଷ ହେଉଛି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ । ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ନିୟମ ରହିଛି । ୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ମେ’ ୨୪ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତିା ୨୦୧୮ରେ ବିଜେପି ୧୦୪ ଆସନ ପାଇଥିବାବେଳେ କଂଗ୍ରେସ ୮୦ ଓ ଜେଡିଏସକୁ ମଳିଥିଲା ୩୭ ସିଟ । ପ୍ରଥମେ କଂଗ୍ରେସ ଓ ଜେଡିଏସ ମିଳିତ ଭାବେ ସରକାର ଗଠନ କରିଥିଲେ । ଜେଡିଏସ ନେତା ଏଚଡିି କୁମାର ସ୍ୱାମୀ ହୋଇଥିଲେ ମିଳିତ ସରକାରର ମୁଖ୍ୟମନ୍ତ୍ରୀ । ୧୪ ମାସ ପରେ ବଦଳିଯାଇଥିଲା ସମୀକରଣ ।

କଂଗ୍ରେସର କିଛି ବିଧାୟକ ଇସ୍ତଫା ଦେଇ ବିଜେପି ହାତ ଧରିବାରୁ ଭାଙ୍ଗି ଯାଇଥିଲା କୁମାରସ୍ୱାମୀଙ୍କ ସରକାର । ଏହା ପରେ ବିଜେପିର ବିସେ ୟଦୁରିପ୍ପା ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨ ବର୍ଷ ପରେ ୟଦୁୁରିପ୍ପାଙ୍କ ଇସ୍ତଫା ପରେ ବଶୱରାଜ ହେଲେ ମୁଖ୍ୟମନ୍ତ୍ରୀ । ୫ ବର୍ଷରେ କର୍ଣ୍ଣାଟକ ଦେଖିଥିଲା ୩ ମୁଖ୍ୟମନ୍ତ୍ରୀ । ୫ କୋଟି ୨୧ ଲକ୍ଷ ଭୋଟର ୨୨୪ ଜଣ ବିଧାୟକଙ୍କୁ ନିର୍ବାଚିତ କରାଇବେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସହ ଓଡ଼ିଶା , ଉତ୍ତରପ୍ରଦେଶ, ପଞ୍ଜାବ ଓ ମେଘାଳୟର କିଛି ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହେବ । ଆଜି ଠାରୁ କର୍ଣ୍ଣାଟକ ସମେତ ଉପନିର୍ବାଚନ ହେବାକୁ ଥିବା ବିଧାନସଭା କ୍ଷେତ୍ରରେ ଆଦର୍ଶ ନିର୍ବଚନ ଅଚରଣ ବିଧି ଲାଗୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା