Masthead

ନିଯୁକ୍ତି ଓ ଜମି ଜବରଦଖଲକୁ ବନ୍ଦ କରିବା ଦାବିରେ ରାଇସ ମିଲ୍ ଗେଟ୍ ସମ୍ମୁଖରେ ଧାରଣା

ସାହାରାପଡା(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତରେ ରାଇସ ମିଲ୍ ଘେରିଲେ ଉତ୍ତ୍ୟେକ୍ତ ଲୋକେ । ବୃଦ୍ଧାଙ୍କ ଜମିକୁ ରାଇସ ମିଲ୍ସ ମାଲିକ ଜବଦଖଲ କରି ରଖିବା ଓ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଲୋକେ ରାଇସ ମିଲ୍ସ ଘେରିଥିଲେ। ଆନ୍ଦୋଳନ କାରୀଙ୍କ ଦାବିକୁ ରାଇସ୍ ମିଲସ୍ କର୍ତ୍ତୃପକ୍ଷ ପୂରଣ ନ କଲେ ଆଗାମୀ ଦିନରେ ମିଲ୍ ଗେଟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏମାନଙ୍କ ପ୍ରମୁଖ ଦାବି ହେଉଛି ମିଲସର ବର୍ଜ୍ୟବସ୍ତୁ ଚାଷ ଜମି ଓ କାଜୁ ଫିଲ୍ଡକୁ ମାଡ଼ି ଯିବାରୁ ଚାଷ ଓ କାଜୁ ଗଛ ନଷ୍ଟ ହେଉଛି। ଦୂଷିତ ପାଣି ବିଭିନ୍ନ ସ୍ଥାନରେ ଜମା ହୋଇ ରହୁଥିବାରୁ ସେ ପାଣି ପିଇ ଅନେଇ ଗାଇ ଗୋରୁ ମୃତ୍ୟୁବରଣ କଲେଣି। ଦୁର୍ଗନ୍ଧ ପାଣି ଘର ନିକଟରେ ବୋହୁ ଥିବାରୁ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ସେପଟେ ଏହି ସଂପର୍କରେ ରାଇସ ମିଲ୍ସ କତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା