Masthead

୧୦ ଦଫା ଦାବି ନେଇ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଆଉଟ୍‌ସୋର୍ସିଂ କର୍ମଚାରୀ । ଲୋୟର ପିଏମ୍‌ଜିରେ ହଜାର ହଜାର କର୍ମଚାରୀଙ୍କ ବିକ୍ଷୋଭ । ୧୦ ଦଫା ଦାବି ନେଇ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ । ସ୍ଥାୟୀ ନିଯୁକ୍ତି ସହ ସମାନ କାମ ସମାନ ଦରମା ଦାବିରେ ବିକ୍ଷୋଭ । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଧାରଣାରୁ ନ ଉଠିବାକୁ ଚେତାବନୀ ଦେଲେ ଆଉଟ୍‌ସୋର୍ସିଂ କର୍ମଚାରୀ ।

ପୂର୍ବରୁ ସରକାର ତିନି ତିନି ଥର ସମାଧାନ ପ୍ରତିଶ୍ରୁତି ଦେଇଥିଲେ ପୂରଣ କରି ନାହାନ୍ତି । ତେଣୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବେ ବୋଲି ପ୍ରତିବାଦକାରୀ କହିଛନ୍ତି । ଓଡିଶା ସରକାରଙ୍କ ୪୨ ବିଭାଗରେ ଥାର୍ଡ ପାର୍ଟି ଜରିଆରେ ମୋଟ ୮୦ ହଜାର କର୍ମଚାରୀ କାମ କରୁଛନ୍ତି । ୧୦ରୁ ୧୮ ବର୍ଷ ହେଲା କାମ କରୁଛନ୍ତି । କିନ୍ତୁୁ ସମାନ କାମ କରୁଥିଲେ ମଧ୍ୟ ଦରମା ବଢୁ ନାହିଁ । ଏହାଛଡା ବହୁ କର୍ମଚାରୀଙ୍କୁ ଛଟେଇ ମଧ୍ୟ କରାଯାଉଛି । ଏହାର ପ୍ରତିବାଦରେ ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା