Masthead

ଲାଞ୍ଜିଗଡ଼ରେ ବେଦାନ୍ତ ପକ୍ଷରୁ ସ୍ତନ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ସ୍ଥିତ ଲାଞ୍ଜିଗଡ଼ରେ ବେଦାନ୍ତ ପକ୍ଷରୁ ସ୍ତନ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ଲାଞ୍ଜିଗଡ଼ ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି । ଲାଞ୍ଜିଗଡ଼ ଓ ଭବାନୀପାଟଣରେ ତିନିଦିନ ବ୍ୟାପୀ ଏହି ମାଗଣା କ୍ୟାନସର ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଜାତୀୟ କର୍କଟ ସଚେତନତା ଦିବସ ଅବସରରୁ ଏହି ଅଭିଯାନ ଆରମ୍ଭ କରାଯାଇ ଲୋକମାନଙ୍କୁ ଏହି ରୋଗ ସଂପର୍କରେ ସଚେତନ କରାଯାଇଥିଲା ।
ଭାରତରେ ଅନ୍ୟତମ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ବାଲକୋ ମେଡିକାଲ ସେଣ୍ଟର ସହିତ ମଳିତ ଭାବରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଶିବିରରେ ମାମୋଗ୍ରାଫି, (ପିଇପି) ପରି କେତେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ମୋବାଇଲ ସ୍କ୍ରିନିଂ ଭ୍ୟାନକୁ ନିଯୋଜିତ କରାଯାଇଥିଲା । ଗର୍ଭାଶୟ ମୁଖ ଗହ୍ଵର କର୍କଟ ଚିହ୍ନଟ କରିବା ପ୍ରମୁଖ ଅଂଶ ଥିଲା । ଏହା ସହ ପରବର୍ତ୍ତୀ ଚିକିତ୍ସା ଆବଶ୍ୟକତା ପାଇଁ ରୋଗୀମାନଙ୍କୁ ବିଏମସିକୁ ରେଫର କରାଯାଇଥିଲା । ଏହି ଅଭିଯାନକୁ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ୟ୍ୟ, ସିଲ- ଆଲୁମିନିୟମ ବିଜିନେସ, ବେଦାନ୍ତ ଲି ଶୁଭାରମ୍ଭ କରିଥିଲେ । ଏହା ସହ ଡ. ପ୍ରଭାକର ଗୁପ୍ତା, ବାଲକୋର ରେଡିଏଶନ ଅଙ୍କୋଲୋଜିଷ୍ଟ ଯୋଗଦେଇଥିଲେ । ବେଦାନ୍ତ ହସ୍ପିଟାଲ ଏହି ଅଂଚଳରେ ଏକ ଅନ୍ୟତମ ମଲଟି ସୋସିଆଲିଷ୍ଟ ହସପିଟାଲ ଭାବରେ କାର୍ୟ୍ୟ କରୁଛି । ଏହି ଶିବିରରେ ଶ୍ରୀ ସଞ୍ଜୀବ କୁମାର ନାୟକ, ଭାଇସ ଚେୟାରମ୍ୟାନ ଲାଜିଗଡ଼ ବ୍ଳକ, ଶ୍ରୀ ପରୀକ୍ଷିତ ନାଏକ, ଜିଲ୍ଲା ପରିଷଦ ସଦସ୍ୟ, ସରସ୍ଵତୀ ମୁଣ୍ଡା, ସରପଂଚ, ଲାଜିଗଡ଼ ପଂଚାୟତ ପ୍ରମୁଖ ଯୋଗ ଦେଇଥିଲେ । ୨୦୦ରୁ ଅଧିକ ଲୋକମାନଙ୍କୁ ଏହି ତିନିଦିନିଆ ଶିବିର ଦ୍ୱାରା ସେବା ଯୋଗାଇ ଦିଆଯାଇଥିଲା । ବେଦାନ୍ତ ଲାଜିଗଡ଼ର ୬୭ଟି ଗାଁରେ ୧,୨୫,୦୦୦ରୁ ଅଧିକ ଲୋକମାନଙ୍କୁ ସେବା ଯୋଗାଇ ଦେଇଛି ଏହି ପରୀକ୍ଷା ଶିବିର ମାଧ୍ୟମରେ ସ୍ୱାସ୍ଥ୍ୟସେବା ଇକୋ ସିଷ୍ଟମକୁ ଆହୁରି ବ୍ୟାପକ କରାଯାଇପାରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ