Masthead

ପ୍ରଶାସନ କାହିଁକି ଚୁପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ସବୁ ସ୍ତରକୁ ଖୁବ ପ୍ରଭାବିତ କରିଛି । ଅଫିସ, ବଜାର ଠୁ ଆରମ୍ଭ କରି ମନ୍ଦିର ତଥା ସାଧାରଣ ଲୋକଙ୍କ ଜୀବନଶୈଳୀକୁ ଏହା ପ୍ରଭାବିତ କରିଛି । ବାର ମାସରେ ତେର ପର୍ବ । ହେଲେ ଏହି ପର୍ବ ସବୁ ମଧ୍ୟ କରୋନାର ପ୍ରଭାବରେ ଏପର୍ଯ୍ୟନ୍ତ କବଳିତ ହୋଇ ରହିଛନ୍ତି ।ମନ୍ଦିରରେ ରୀତିନୀତି ଅନୁଯାୟୀ ପର୍ବ ତ ପାଳନ ହେଉଛି । ହେଲେ ଭଗବାନଙ୍କ ପାଖରେ ତାଙ୍କର ଭକ୍ତ ନାହାଁନ୍ତି । ଭକ୍ତ ଓ ଭଗବାନ ପରସ୍ପର ପରିପୂରକ । ଦୁହେଁ ଦୁହିଁଙ୍କ ବିନା ଅଧୁରା । ଶ୍ରୀମନ୍ଦିର ମଧ୍ୟ ଏହାର ପ୍ରଭାରରୁ ବଂଚିତ ହେଇନି । ଆମ ହିନ୍ଦୁ ପରିବାରରେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଇଷ୍ଟ ଦେବତା । ବର୍ଷ ଶେଷ ହେବାକୁ ଯାଉଛି । ହେଲେ ବଡ଼ ଠାକୁରଙ୍କ ଦର୍ଶନକୁ ସମସ୍ତେ ଅପେକ୍ଷା କରିଛନ୍ତି । କେବେ ଶ୍ରୀମନ୍ଦିର ଖୋଲିବ..କେବେ ଭକ୍ତ ଓ ଭଗବାନ ଏକାଠି ହେବେ ତାହା ଦେଖିବା ବାକି ରହିଲା ।

ଶ୍ରୀମନ୍ଦିରର ଅବଢ଼ା ଉପରେ ସବୁ ଭକ୍ତଙ୍କ ରହିଥାଏ ନଜର । ଅବଢ଼ା ଖାଇଲେ ଆତ୍ମା ତୃପ୍ତି ହୁଏ । ହେଲେ କରୋନା ପାଇଁ ଏହି ସାନିଧ୍ୟରୁ ସମସ୍ତେ ବଂଚିତ ଅଛନ୍ତି । ଅବଢ଼ା ଖାଇବାକୁ ସମସ୍ତେ ଅନାଇ ବସିଛନ୍ତି । ଏଥିପାଇଁ ଅନଲାଇନ୍ ପ୍ଲାଟଫର୍ମ ଏହି ଅଭାବକୁ ଦୂର କରିବା ପାଇଁ ଆଗକୁ ଆସିଛି । କିଛି ଦିନ ପୂର୍ବରୁ ନିର୍ମାଲ୍ୟ ଅନଲାଇନରେ ମିଳୁଥିବାର ଖବର ସାମ୍ନାକୁ ଆସିଥିଲା । ଏବେ ଅନଲାଇନରେ ଶ୍ରୀମନ୍ଦିରର ଅବଢ଼ା (ମହାପ୍ରସାଦ) ମଧ୍ୟ ବିକ୍ରି ହେବାକୁ ଆରମ୍ଭ ହେଲାଣି । ତେବେ ଯେଉଁ ୱେବସାଇଟ ଅନଲାଇନରେ ଏହାକୁୁ ବିକ୍ରି କରୁଛି ତାହାକୁ ବିରୁଦ୍ଧ କରୁଛନ୍ତି ଶ୍ରୀମନ୍ଦିର ସେବାୟତ ତଥା ପରିଚାଳନା କମିଟି।

ଏହି ଘଟଣା ପରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଶ୍ରମନ୍ଦିର ସେବାୟତ ଶମ୍ଭୁ ଖୁଣ୍ଟିଆ । ପିନଣ୍ଟେରେଷ୍ଟ ଡଟ କମ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିବା ବେଳେ ଆମାଜନ ଓ ପିନଣ୍ଟେରେଷ୍ଟ ଉଭୟଙ୍କର ମହାପ୍ରସାଦ ବ୍ୟବସାୟରେ ଅଭ୍ୟନ୍ତରିଣ ସମ୍ପୃକ୍ତି ରହିଛି ବୋଲି ସେ ସନ୍ଦେହ ପ୍ରକଟ କରୁଛନ୍ତି । ପିନଣ୍ଟେରେଷ୍ଟ ଡଟ କମ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିବା ବେଳେ ଆମାଜନ ଓ ପିନଣ୍ଟେରେଷ୍ଟ ଉଭୟଙ୍କର ମହାପ୍ରସାଦ ବ୍ୟବସାୟରେ ଅଭ୍ୟନ୍ତରିଣ ସମ୍ପୃକ୍ତି ରହିଛି ବୋଲି ସେ ସନ୍ଦେହ ପ୍ରକଟ କରୁଛନ୍ତି । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଶାସନ କାହିଁକି ଚୁପ ରହିଛି ,ତାହା ଏବେ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର