Masthead

ପ୍ରଶାସନ କାହିଁକି ଚୁପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ସବୁ ସ୍ତରକୁ ଖୁବ ପ୍ରଭାବିତ କରିଛି । ଅଫିସ, ବଜାର ଠୁ ଆରମ୍ଭ କରି ମନ୍ଦିର ତଥା ସାଧାରଣ ଲୋକଙ୍କ ଜୀବନଶୈଳୀକୁ ଏହା ପ୍ରଭାବିତ କରିଛି । ବାର ମାସରେ ତେର ପର୍ବ । ହେଲେ ଏହି ପର୍ବ ସବୁ ମଧ୍ୟ କରୋନାର ପ୍ରଭାବରେ ଏପର୍ଯ୍ୟନ୍ତ କବଳିତ ହୋଇ ରହିଛନ୍ତି ।ମନ୍ଦିରରେ ରୀତିନୀତି ଅନୁଯାୟୀ ପର୍ବ ତ ପାଳନ ହେଉଛି । ହେଲେ ଭଗବାନଙ୍କ ପାଖରେ ତାଙ୍କର ଭକ୍ତ ନାହାଁନ୍ତି । ଭକ୍ତ ଓ ଭଗବାନ ପରସ୍ପର ପରିପୂରକ । ଦୁହେଁ ଦୁହିଁଙ୍କ ବିନା ଅଧୁରା । ଶ୍ରୀମନ୍ଦିର ମଧ୍ୟ ଏହାର ପ୍ରଭାରରୁ ବଂଚିତ ହେଇନି । ଆମ ହିନ୍ଦୁ ପରିବାରରେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଇଷ୍ଟ ଦେବତା । ବର୍ଷ ଶେଷ ହେବାକୁ ଯାଉଛି । ହେଲେ ବଡ଼ ଠାକୁରଙ୍କ ଦର୍ଶନକୁ ସମସ୍ତେ ଅପେକ୍ଷା କରିଛନ୍ତି । କେବେ ଶ୍ରୀମନ୍ଦିର ଖୋଲିବ..କେବେ ଭକ୍ତ ଓ ଭଗବାନ ଏକାଠି ହେବେ ତାହା ଦେଖିବା ବାକି ରହିଲା ।

ଶ୍ରୀମନ୍ଦିରର ଅବଢ଼ା ଉପରେ ସବୁ ଭକ୍ତଙ୍କ ରହିଥାଏ ନଜର । ଅବଢ଼ା ଖାଇଲେ ଆତ୍ମା ତୃପ୍ତି ହୁଏ । ହେଲେ କରୋନା ପାଇଁ ଏହି ସାନିଧ୍ୟରୁ ସମସ୍ତେ ବଂଚିତ ଅଛନ୍ତି । ଅବଢ଼ା ଖାଇବାକୁ ସମସ୍ତେ ଅନାଇ ବସିଛନ୍ତି । ଏଥିପାଇଁ ଅନଲାଇନ୍ ପ୍ଲାଟଫର୍ମ ଏହି ଅଭାବକୁ ଦୂର କରିବା ପାଇଁ ଆଗକୁ ଆସିଛି । କିଛି ଦିନ ପୂର୍ବରୁ ନିର୍ମାଲ୍ୟ ଅନଲାଇନରେ ମିଳୁଥିବାର ଖବର ସାମ୍ନାକୁ ଆସିଥିଲା । ଏବେ ଅନଲାଇନରେ ଶ୍ରୀମନ୍ଦିରର ଅବଢ଼ା (ମହାପ୍ରସାଦ) ମଧ୍ୟ ବିକ୍ରି ହେବାକୁ ଆରମ୍ଭ ହେଲାଣି । ତେବେ ଯେଉଁ ୱେବସାଇଟ ଅନଲାଇନରେ ଏହାକୁୁ ବିକ୍ରି କରୁଛି ତାହାକୁ ବିରୁଦ୍ଧ କରୁଛନ୍ତି ଶ୍ରୀମନ୍ଦିର ସେବାୟତ ତଥା ପରିଚାଳନା କମିଟି।

ଏହି ଘଟଣା ପରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଶ୍ରମନ୍ଦିର ସେବାୟତ ଶମ୍ଭୁ ଖୁଣ୍ଟିଆ । ପିନଣ୍ଟେରେଷ୍ଟ ଡଟ କମ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିବା ବେଳେ ଆମାଜନ ଓ ପିନଣ୍ଟେରେଷ୍ଟ ଉଭୟଙ୍କର ମହାପ୍ରସାଦ ବ୍ୟବସାୟରେ ଅଭ୍ୟନ୍ତରିଣ ସମ୍ପୃକ୍ତି ରହିଛି ବୋଲି ସେ ସନ୍ଦେହ ପ୍ରକଟ କରୁଛନ୍ତି । ପିନଣ୍ଟେରେଷ୍ଟ ଡଟ କମ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିବା ବେଳେ ଆମାଜନ ଓ ପିନଣ୍ଟେରେଷ୍ଟ ଉଭୟଙ୍କର ମହାପ୍ରସାଦ ବ୍ୟବସାୟରେ ଅଭ୍ୟନ୍ତରିଣ ସମ୍ପୃକ୍ତି ରହିଛି ବୋଲି ସେ ସନ୍ଦେହ ପ୍ରକଟ କରୁଛନ୍ତି । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଶାସନ କାହିଁକି ଚୁପ ରହିଛି ,ତାହା ଏବେ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ