Masthead

ଏଣିକି ସାଇରନ ନୁହେଁ ଶୁଭିବ ବଇଁଶୀ ସ୍ୱର!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କିଛି ଦିନ ହେବ ଭିଆଇପି ଗାଡିଗୁଡିକରୁ ନାଲିବତୀ ହଟାଯାଇଥିଲା । ଆଉ ଏବେ ସାଇରନ ହଟାଇବାକୁ ଚାଲିଛି ଯୋଜନା । ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ । ଶଦ୍ଦ ପ୍ରଦୁଷଣକୁ ରୋକିବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି । ସେ କହିଛନ୍ତି କି ଏବେ ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ର ସ୍ୱରକୁ ପରିବର୍ତ୍ତନ କରାଯିବ । ଯାହାଦ୍ୱାରା ଲୋକମାନେ ସାଇରନ ଶଦ୍ଦରୁ ମୁକ୍ତି ପାଇବେ । ନୀତିନ ଗଡକାରି ପୁଣେର ଚାନ୍ଦୀନ ଚୌକ ଫ୍ଲାଓଭର ଉଦଘାଟନ କରିବା ଅବସରରେ ଏକ ସଭାକୁ ଉଦବୋଧନ ଦେଇ ଏଭଳି କହିଛନ୍ତି ।

ସେ କହିଛନ୍ତି ମୁଁ ଚାହୁଁଛି ସାଇରନ ଶବ୍ଦ ବଦଳରେ ଭାରତୀୟ ବାଦ୍ୟଯନ୍ତ୍ରର ମଧୁର ସ୍ୱର ବ୍ୟବହାର କରାଯାଉ । ଏନେଇ ଆଗାମୀ ଦିନରେ ଭିଆଇପି ଗାଡି ଗୁଡିକରୁ ସାଇରନ ଶବ୍ଦ ହଟାଇ ବଇଁଶୀ, ତବଲା, ଶଂଖ ଭଳି ଭାରତୀୟ ବାଦ୍ୟଯନ୍ତ୍ରର ସ୍ୱରକୁ ପରିବର୍ତ୍ତନ କରିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ଏହାସହ ତାଙ୍କ ସମୟରେ ଭିଆଇପି ଗାଡିରୁ ନାଲିବତୀ ହଟାଇବା ନେଇ ନିଷ୍ପତ୍ତି ହୋଇଥିବାରୁ ସେ ବେଶ୍ ଖୁସି ଅନୁଭବ କରିଥିବା କଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସାଇରନ ଶଦ୍ଦରୁ ଲୋକମାନେ ମୁକ୍ତ ପାଇବା ବେଳେ ଧ୍ୱନି ପ୍ରଦୂଷଣ ମଧ୍ୟ କମ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ