Masthead

ବୈଜୟନ୍ତଙ୍କ ଟୁଇଟ୍: ପାକିସ୍ତାନ ପୋଲିସ ଭଳି ହରକତ କରୁଛନ୍ତି ଓଡ଼ିଶା, ମହାରାଷ୍ଟ୍ର ପୋଲିସ, ଜବାବ ରଖିଲା ବିଜେଡି

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପୋଲିସ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଓଡ଼ିଶା ପୋଲିସକୁ ସମାଲୋଚନା କରି ସେ ପାକିସ୍ତାନ ପୋଲିସର ଉଦାହରଣ ଦେଇଛନ୍ତି। ବୈଜୟନ୍ତ ଟ୍ୱିଟ୍  କରି କହିଛନ୍ତି ଓଡ଼ିଶା ଓ ମହାରାଷ୍ଟ୍ର ପୋଲିସ ପାକିସ୍ତାନ ପୋଲିସ ଭଳି ଆଇନର ସାଧାରଣ ନିୟମକୁ ମାନୁନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଠାଇ ନିଆଯାଉଛି, ହେପାଜତରେ ରଖି ମନଇଚ୍ଛା ଜେରା କରାଯାଉଛି, ଯାହା ଲଜ୍ଜାଜନକ। ଏହାହିଁ ପ୍ରକୃତ ଫାସିବାଦ ବୋଲି ପୂର୍ବତନ ପଣ୍ଡା ଟ୍ୱିଟ୍ କରିଛନ୍ତି ।

ବୈଜୟନ୍ତଙ୍କ ଏହି ଟୁଇଟ୍ ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି ଲେଖିଛନ୍ତି ଯେ ବୈଜୟନ୍ତ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିଛନ୍ତି। ସାଢ଼ ଚାରିକୋଟି ଓଡ଼ିଶାବାସୀଙ୍କ ମନରେ ଏହା ଗଭୀର ଆଘାତ ଦେଇଛି। ଓଡ଼ିଶା ଓ କେନ୍ଦ୍ରାପଡ଼ା ତାଙ୍କୁ ପରିଚୟ ଦେଇଛି। କେନ୍ଦ୍ରାପଡ଼ାରୁ ସେ ପାଇଛନ୍ତି ଯଶ ଓ ଖ୍ୟାତି। ମାତ୍ର ଦୁଃଖର ବିଷୟ ସେହି ଓଡ଼ିଶାକୁ ସେ ଅପାମାନିତ କରୁଛନ୍ତି।

କେବଳ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନୁହଁନ୍ତି, ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ବୈଜୟନ୍ତଙ୍କ ଟ୍ୱିଟ୍ ର ଘୋର ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା