Masthead

ମହାପ୍ରଭୁ ପିନ୍ଧିବେ ନୂଆ ସୁବର୍ଣ୍ଣ ଅଳଙ୍କାର

ପୁରୀ, (ବଡ଼ ଖବର ବ୍ୟୁରୋ): ମହାପ୍ରଭୁଙ୍କର ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର । ଏଥିପାଇଁ ଆବଶ୍ୟକ ସୁନା ଦେବେ ଜଣେ ଭକ୍ତ । ପୂର୍ବରୁ ମହାପ୍ରଭୁଙ୍କର ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର ଥିବାବେଳେ ଆଉ ଏକ ନୂଆ ସେଟ ନିର୍ମାଣ ହେବ । ତେବେ ଦାତାଙ୍କ ସୁନାରେ ନୂତନ କରି ତିଆରି କରାଯିବ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ପଦ୍ମ, ଝୋବା, ତଡ଼ଖି ଏବଂ କଣ୍ଠ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ସୂଚନା ଦିଆଯାଇଛି । ନୀତି ପ୍ରଶାସକଙ୍କ ଅଧକ୍ଷତାରେ ହୋଇଥିବା ବୈଠକରେ ପାଟଯୋଶୀ ମହାପାତ୍ର, ଦେଉଳ କରଣ, ତଢା଼ଉ କରଣ, କମାଣ୍ଡର, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ନୂଆ ସେଟ୍ ସ୍ୱର୍ଣ୍ଣ ଅଳଙ୍କାର ତିଆରି ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ