ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ହିନ୍ଦି ଫିଲ୍ମ ଜଗତର ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ଜାଣିବା ପାଇଁ ସାଧାରଣ ଲୋକଙ୍କ ଉତ୍କଣ୍ଠା କହିଲେ ନସରେ । ଆମେ ୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ କଥା କହୁଛୁ । ଛାତ୍ରୀ ଜୀବନରେ ସେ ଥିଲେ ଭାରି ଚୁଲବୁଲି । କଲେଜ ପଢିବା ସମୟରେ ମଡେଲିଂ କରିଥିଲେ । ପରେ ସେ ପାଠରେ ବାନ୍ଧିଥିଲେ ଡୋରି ।
ରବିନା ଟଣ୍ଡନ୍ ୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ଫିଲ୍ମ ନିର୍ଦ୍ଦେଶକ ରବି ଟଣ୍ଡନ୍ ଓ ଭେନା ଟଣ୍ଡନ୍ଙ୍କ ଔରସରୁ ୧୯୭୪ ଅକ୍ଟୋବର ୨୬ରେ ରବିନା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ବାପା-ମାଆଙ୍କ ନାମର ସାମଜସ୍ୟକୁ ଆଧାର କରି ତାଙ୍କ ମାମୁ ତଥା ଅଭିନେତା ମ୍ୟାକମାହନ୍ ଭାଣଜୀର ନାମ ରଖିଥିଲେ ରବିନା । ତାଙ୍କର ଡାକ ନାମ ମୁନମୁନ୍ । ମୁମ୍ବାଇରେ ସେ ବଡ଼ ହୋଇଛନ୍ତି । ମୁମ୍ବାଇର ଜୁହୁ ଜାମନବାଇ ପବ୍ଲିକ୍ ସ୍କୁଲରେ ରବିନା ଅଧ୍ୟୟନ କରିଥିଲେ। ପରେ ସେ ମିଥିବାଇ କଲେଜରୁ ସ୍ନାତକ ହାସଲ କରିଥିଲେ । କଲେଜରେ ପଢିବା ବେଳେ ପାଇଥିଲେ ମଡେଲିଂ ଅଫର । ମାତିଥିଲେ ମଡେଲିଂରେ । ଆଉ ପାଠପ୍ରତି ତାଙ୍କର ଆଗ୍ରହ ରହିଲା ନାହିଁ । ରବିନାଙ୍କ ସମର୍ଥକ ମାନେ କୁହନ୍ତି, ସମୟ ଅଭାବରୁ ସେ କଲେଜ ଯାଇପାରିଲେ ନାହିଁ । ବାଧ୍ୟ ହୋଇ ସେ ଦ୍ୱିତୀୟ ବର୍ଷରେ ଅଧ୍ୟୟନ ଛାଡିଥିଲେ ।
୧୯୯୧ ରେ ଚଳଚ୍ଚିତ୍ର ‘ପଥର୍ କେ ଫୁଲ’ରେ ରବିନା ଟଣ୍ଡନ୍ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଏହି ଫିଲ୍ମ ପାଇଁ ଫିଲ୍ମ ଫେୟାରର ନୂଆ ଚେହେରା ପୁରସ୍କାର ଗ୍ରହଣ କରିଥିଲେ । ମଡେଲିଂ ବେଳେ ରବିନା ପ୍ରସିଦ୍ଧ ବିଜ୍ଞାପନ ନିର୍ମାତା ପ୍ରହ୍ଲାଦ କକ୍କରଙ୍କ ସହ କାମ କରିଥିଲେ।
ଫିଳ୍ମ ‘ପଥର୍ କି ଫୁଲ’ପରେ ରବିନା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କ କ୍ୟାରିୟରରେ ଏକରୁ ଅଧିକ ହିଟ୍ ଫିଲ୍ମ ସେ ଦେଇଛନ୍ତି । ସେଥିମଧ୍ୟରୁ ‘ମୋହରା’, ‘ଦିଲୱାଲେ’, ଲାଡଲା’ ଦୁହ୍ଲେ ରାଜା, ଅନ୍ଦାଜ ଆପନା ଆପନା, ହିଲାଡି ଓଁକା ଖିଲାଡି ପ୍ରଭୃତି ଅନ୍ୟତମ ।
ଅକ୍ଷୟ କୁମାରଙ୍କ ସହ ରବିନାଙ୍କ ସମ୍ପର୍କ କାହାକୁ ବା ଅଜଣା । ଦୀର୍ଘଦିନ ପର୍ଯନ୍ତ ଏହି ହିରୋ-ହିରୋଇନ୍ଙ୍କ ଯୋଡି ବେଶ୍ ଚର୍ଚ୍ଚିତ ଥିଲେ । ଅକ୍ଷୟ କୁମାରଙ୍କଠାରୁ ଅଲଗା ହେବା ପରେ ରବିନା ଫିଲ୍ମ ବିତରକ ତଥା ଦୁଇ ଝିଅର ଜନକ ଅନୀଲ ଥାଡାନୀଙ୍କୁ ଡେଟିଂ କରିବା ଆରମ୍ଭ କରିଥିଲେ। ଅନୀଲ ତାଙ୍କ ପତ୍ନୀଙ୍କୁ ବାଧ୍ୟ ହୋଇ ଛାଡପତ୍ର ଦେଇଥିଲେ। ସେତେବେଳକୁ ଅନିଲଙ୍କର ଦୁଇଝିଅ ଛାୟା ଓ ପୂଜା ବଡ଼ ହୋଇଯାଇଥିଲେ । ପରେ ଅନିଲ ଓ ରବିନା ୨୦୦୪ ଫେବୃଆରୀ ୨୨ରେ ଉଦୟପୁରରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ରାଶା ଏବଂ ପୁଅ ରଣବୀର ଅଛନ୍ତି ।

Leave a Reply

Your email address will not be published. Required fields are marked *