Masthead

ଚର୍ଚ୍ଚାରେ ପୁରୀ ପଲିଟିକ୍ସ, ଶରୀର ଏଇଠି-ମନ କେଉଁଠି??

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀରେ ଚର୍ଚ୍ଚା ଜୟନ୍ତ ଷଡ଼ଙ୍ଗୀଙ୍କ ପଲିଟିକ୍ସକୁ ନେଇ । ପୁରୀ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ମୀଙ୍କୁ ଧରି ଚା’ ପିଇଲେ କିନ୍ତୁ ନିଜ ଦଳର ବିଧାୟକ ସାଥିରେ ନଥିଲେ । ପରେ ଯେତେବେଳେ ସଦାଶିବ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ରମ ହେଲା ସେତେବେଳେ ସାଥିରେ ଥିଲେ ପୁରୀ ବିଧାୟକ । ଏବେ ଚର୍ଚ୍ଚା ହେଉଛି ବିଜେପି ସହିତ ନିଲୁଙ୍କର ମନ ଅଛି ନା ନାହିଁ, ଏମିତି ବି ଚର୍ଚ୍ଚା ହେଉଥିଲା ଶରୀର ସିନା ସମ୍ବିତଙ୍କ ପାଖେ ମନ କିନ୍ତୁ ଶଙ୍ଖ । କାହିଁକି ନା ସରକାର ପୁରୀରେ ଯେଉଁ ନିଷ୍ପତି ବି ନିଅନ୍ତି ନିଲୁ ସେଥିରେ ମୁଣ୍ଡ ଟୁଙ୍ଗାରି ଦିଅନ୍ତି, ତେଣୁ ଲୋକ ଭାବନ୍ତି ନିଲୁ ଭିତରେ ଭିତରେ ବିଜେଡି ସମ୍ପର୍କରେ ଅଛନ୍ତି । ଆଗରୁ ସେ ବିଜେଡିରେ ଥିଲେ ନିର୍ବାଚନର ଠିକ କିଛି ଦିନ ପୂର୍ବରୁ ସେ ବିଜେପିରେ ମିଶିଥିଲେ ।

ତେଣୁ ବିଜେଡିରେ ସଂପର୍କ କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଆଉ ଏ ଚର୍ଚ୍ଚା ସେତେବେଳେ ଆଗକୁ ବଢୁଛି ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ ନିଲୁ କୋଉଠି ଭାଗ ନେଉଛନ୍ତି ଆଉ କୋଉଠି ଭାଗ ନେଉନାହାନ୍ତି । ପୁରୀ ବିଜେଡିରେ ଏବେ ଗୋଟେ ଶୂନ୍ୟସ୍ଥାନ ଦେଖା ଦେଇଛି । ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ପରେ କିଏ ହେବ ବିଜେଡି ର ଉତରଧିକାରୀ ଏହାକୁ ନେଇ ଆଲୋଚନା ହେଉଛି । କିଏ କିଏ କହୁଛନ୍ତି ମହେଶ୍ୱରଙ୍କ ପୁଅ ସୁନୀଲ ବିଜେଡିର ଅପ୍ରତିଦ୍ୱନ୍ଦୀ ଉତ୍ତରଧୀକାରୀ । ଆଉକିଏ କହୁଛନ୍ତି ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଟିକେଟ ପାଇବେ । ଚର୍ଚ୍ଚା ଏ କଥା ବି ହେଉଛି ଏ ଦୁଇଜଣଙ୍କ କଳି ଭିତରେ ମହେଶ୍ୱରଙ୍କୁ ହରେଇଥିବା ତାଙ୍କ ପୁରୁଣା ଶିଷ୍ୟ ଜୟନ୍ତ ଷଡ଼ଙ୍ଗୀ ବାଜି ମାରିପାରନ୍ତି । ଶେଷ ମୁହୂର୍ତ୍ତରେ ହୁଏତ ପାର୍ଟି ବଦଳେଇ ନିଜ ପୁରୁଣା ଘରକୁ ଫେରି ଆସିବେ ନିଲୁ ଓ ହାତେଇବେ ବିଜୁ ଜନତା ଦଳର ଟିକେଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ