Masthead

ମହାରାଷ୍ଟ୍ରରେ ତୃତୀୟ ଲହର!

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ଗ୍ରାଫ ଉପର ମୁହାଁ । ମହାରାଷ୍ଟ୍ରରେ ସ୍ଥିତି ଜଟିଳ । କରୋନାର ଭାରତୀୟ ପ୍ରଜାତି ନୂତନ ଭାଇରସର ୫୦% ନମୁନା କେବଳ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଆଉ ଏପରି କ୍ଷେତ୍ରରେ ଅକ୍ସିଜେନର ଅଭାବ ମଧ୍ୟ ରାଜ୍ୟରେ ଦେଖିବାକୁ ମିଳିଛି । ବିଭିନ୍ନ ଅସୁବିଧା ଦେଇ ଏବେ ଗତି କରୁଛି ମହାରାଷ୍ଟ୍ର । ୨୪ଘଣ୍ଟା ମଧ୍ୟରେ ୬୬ହଜାର ୧୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୭୧ଙ୍କ ମୃତ୍ୟୁ ହୋଇଛି ।

ତେବେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଚାଲୁଥିବା ବେଳେ ଜୁଲାଇ, ଅଗଷ୍ଟ ମାସ ସୁଦ୍ଧା ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହରୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଗୁରୁବାର ଏପରି ଏକ ବିବୃତି ରଖିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପ । ଗୁରୁବାର କରୋନା ସ୍ଥିତିକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଏପରି କହିଥିବା ସୂଚନା ମିଳିଛି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ରାଜ୍ୟରେ ଜୁଲାଇ ଅଗଷ୍ଟ ସୁଦ୍ଧା ତୃତୀୟ ଲହର ସୃଷ୍ଟି ହୁଏ ତେବେ ରାଜ୍ୟ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେବ । ଆଉ ସେଥିପାଇଁ ସବୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ସଜାଗ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ରଜେଶ ତୋପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି