Masthead

୮ରେ ଖୋଲିବ ରତ୍ନଭଣ୍ଡାର!, ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ

ପୁରୀ (ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ରଥଯାତ୍ରା ସମୟରେ ଖୋଲିପାରେ। ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ୭ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପରଦିନ ଅର୍ଥାତ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି ଶୁଣିବାକୁ ମିଳୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଂଚ କାର୍ଯ୍ୟ ଆସନ୍ତା ୮ତାରିଖରୁ ହେବାର ସମ୍ଭାବନା ରହିଛି। ଆସନ୍ତା ୪ ତାରିଖରେ ରତ୍ନଭଣ୍ଡାର ଯାଂଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଓଡ଼ିଶା ଗସ୍ତରେ ଆସୁଥିବା ଓ ୫ ତାରିଖରେ ଯାଂଚ କମିଟି ବୈଠକ ବସିବାର ଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି।

ରତ୍ନଭଣ୍ଡାର ଯାଂଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଆସନ୍ତା ୪ତାରିଖରେ ଓଡ଼ିଶା ଆସୁଛନ୍ତି। ୫ତାରିଖରେ ରତ୍ନଭଣ୍ଡାର ଯାଂଚ କମିଟିର ବୈଠକ ବସିବ । ଯଦି କମିଟିର ସହମତି ହୁଏ ତା’ହେଲେ ୮ତାରିଖରୁ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୮ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୯ଦିନ ଧରି ରତ୍ନଭଣ୍ଡାର ଯାଂଚ, ମରାମତି ଓ ଅଳଙ୍କାର ଗଣନା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।  ଆସନ୍ତା ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚର୍ଚ୍ଚା ବଢିଛି। ତେବେ ରାଜ୍ୟ ସରକାରଙ୍କ ଘୋଷଣା ପରେ ସମସ୍ତ କଥା ସ୍ପଷ୍ଟ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି