Masthead

ଆଜିଠୁ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଶ୍ରୀମନ୍ଦିରରେ ସେବାୟତଙ୍କ ହେବ କରୋନା ଟେଷ୍ଟ । ଆରଟିପିସି ପଦ୍ଧତିରେ କୋଭିଡ ଟେଷ୍ଟ କରାଯିବ । ସକାଳ ୧୦ରୁ ଆରମ୍ଭ ହେବ ଟେଷ୍ଟିଂ । ପ୍ରତିଦିନ ୫୦ଜଣ ସେବାୟତଙ୍କ ଟେଷ୍ଟ କରାଯିବ । ଏନେଇ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦି ବିଦ୍ୟା ପିଠରେ ଟେଷ୍ଟ କରାଯିବ । ଫେବୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟିଂ ପ୍ରକ୍ରିୟା ଚାଲୁ ରହିବ । ୩ ହଜାର ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ସେପଟେ ସର୍ବସାଧାରଣଙ୍କ ପାଇଁ ଜାନୁଆରୀ ୨୧ରୁ ବିନା କୋଭିଡ ରିପୋର୍ଟରେ ଦର୍ଶନର ବ୍ୟବସ୍ଥା କରାଯାଇଛି । ତେବେ ରବିବାର ମନ୍ଦିରକୁ ବନ୍ଦ ରଖାଯାଇ ସାନିଟାଇଜ କରାଯାଇଥିବା ବେଳେ ଆଜି ଠାରୁ ଆରମ୍ଭ ହେବ ସେବାୟତମାନଙ୍କ କୋଭିଡ ଟେଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ