Masthead

ସଜେଇ ହେଉଛି ସ୍ୱର୍ଗଦ୍ୱାର

ପୁରୀ, (ବଡ଼ ଖବର ବ୍ୟୁରୋ): ଆଜି ପୁରୀ ଗସ୍ତରେ ଯାଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସ୍ୱର୍ଗଦ୍ୱାରର ଉନ୍ନୟନମୂଳକ କାର୍ଯ୍ୟ ସହ ଗାଇ ଗୋରୁଙ୍କ ପାଇଁ ନିର୍ମିତ ହୋଇଥିବା ଥଇତାନ କେନ୍ଦ୍ରର ମଧ୍ୟ ସମୀକ୍ଷା କରିଛନ୍ତି ।
ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି । ଏଣିକି ବାହାର ଜିଲ୍ଲାର ବ୍ୟକ୍ତିଙ୍କ ମୃତଦେହ ସ୍ୱର୍ଗଦ୍ୱାରରେ ସତ୍କାର କରିପାରିବେ । ଫଳରେ ଅଧିକ ସଂଖ୍ୟାରେ ମୃତଦେହ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଆସିବା ସମ୍ଭାବନା ରହିଛି । ତେଣୁ ସ୍ୱର୍ଗଦ୍ୱାରର ନବୀକରଣ ଏବଂ ମୃତଦେହ ସତ୍କାର ପାଇଁ ଯାଉଥିବା ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ ଏବଂ ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍ ତିଆରି କରିବାକୁ ନିଷ୍ପତି ନିଆଯାଇଛି ।
ସେହିପରି ବଡ଼ଦାଣ୍ଡକୁ ଗାଇ ଗୋରୁଙ୍କଠାରୁ ମୁକ୍ତ ରଖିବା ପାଇଁ ଗୋଶାଳା ନିର୍ମିତ ହୋଇଛି । ଏବେ ସୁଦ୍ଧା ୭୦୦ ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି । ଏହା ବ୍ୟତୀତ ଭିକାରୀମାନେ କିପରି ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିପାରିବେ ସେନେଇ ମଧ୍ୟ ବ୍ୟବସ୍ଥା ହୋଇଛି । ଏହି ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ପୁରୀ, ବିଏମସି, ସିଏମସି କମିଶନରମାନେ ଉପସ୍ଥିତ ଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ