Masthead

ବିଚ୍ ରାସ୍ତାରେ ଉଠବସ୍

ଉଦଳା(ବଡ଼ ଖବର ବ୍ୟୁରୋ): ଜନଗହଳିପୂର୍ଣ୍ଣ ସ୍ଥାନରେ ଶହ ଶହ ଲୋକଙ୍କ ସାମ୍ନାରେ ଯୁବକଙ୍କୁ ପ୍ୟାଂଟ ଖୋଲି କାନ ଧରି ଉଠବସ କରାଯାଇଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଏବଂ କିଛି ସ୍ଥାନୀୟ ଲୋକେ ବିଚ୍ ରାସ୍ତାରେ ମାଡ ମାରିବା ସହ ତାଙ୍କ ପ୍ୟାଂଟ ଖୋଲା କରାଇଥିଲେ । ଭିଡିଓରୁ ଘଟଣାଟି ଉଦଳାର ହୋଇଥିବା ଜଣାପଡିଛି । ଉଦଳା-ବାରିପଦା ମୁଖ୍ୟ ରାସ୍ତାର ମଧୁମଗ୍ନା ଲଜ୍ ନିକଟରେ ରାଜ୍ୟରାଜପଥରେ ଘଟଣାଟି ଘଟିଛି । କେବଳ ପ୍ୟାଂଟ ଖୋଲି ଉଠବସ୍ କରାଯାଇନାହିଁ ବରଂ ଯୁବକ ଜଣକୁ ନିସ୍ତୁକ ମାଡ ମଧ୍ୟ ପୂର୍ବରୁ ମରାଯାଇଛି ।

ମୋବାଇଲରେ ଫଟୋ ଦିଆନିଆକୁ ନେଇ ଏପରି କାଣ୍ଡ ହୋଇଥିବା ଜଣାପଡିଛି । ମାଡ ଖାଇଥିବା ଯୁବକ ଜଣକଙ୍କର ଘର ବାଣପୁର ଅଂଚଳର କିନ୍ତୁ ସେ ବାଲେଶ୍ୱରରେ ରହି କାର୍ୟ୍ୟ କରନ୍ତି । ମାଡ ମାରିଥିବା ଏବଂ ରାସ୍ତାରେ ପ୍ୟାଂଟ ଖୋଲିବାକୁ ବାଧ୍ୟ କରୁଥିବା ଯୁବକ ଜଣକ ସ୍ଥାନୀୟ ଅଂଚଳର । ସେ ଜୀବନରେ କେବେ ଉଦଳା ନ ଆସିବାକୁ ଧମକ ଦେଇଛନ୍ତି । ଉଠ୍ବସ୍‌ର ଭିଡିଓ ସୁଟିଂ କରିବାକୁ ସ୍ଥାନୀୟ ଯୁବକ ଜଣକ କହିଥିଲେ । ଏବଂ ତାହାର ଭିଡିଓ ବାଣପୁର ଗୃପ୍ରେ ପଠାଇବେ ବୋଲି କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଯୁବକ ଜଣକ ପୋଲିସ ସାମ୍ନାରେ କାନ ଧରିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା