Before Header

ଟ୍ରାକ ନବୀକରଣ ପାଇଁ ଦେଇଥିଲେ ଜୋର

0 34

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ସାରା ଦେଶକୁ ଚକିତ କରିଦେଇଛି । ଚାହିଁକି ବି କେହି ଏହି ଦୁର୍ଘଟଣା ଭୁଲିପାରିବେ ନାହିଁ । ତିନି ଦିନ ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ତେବେ ରେଳ ସୁରକ୍ଷାରେ ଅନେକ ତ୍ରୁଟି ବିଚ୍ୟୁତି ରହିଛି। ଦୁର୍ଘଟଣା ଓ ଲାଇନ୍‌ଚ୍ୟୁତ ଭଳି ଘଟଣାକୁ ରୋକିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ସେଥିରେ ଆହୁରି ଉନ୍ନତି ଆସିବା ଦରକାର। ‌ଗତବର୍ଷ ସିଏଜି ଏଭଳି ସତର୍କ ସୂଚନା ଦେଇଥିଲେ। ବଗି ଗୁଡ଼ିକ ଲାଇନଚୁ୍ୟତ ହେବା ଏବଂ ପରଷ୍ପର ମଧ୍ୟରେ ଧକ୍କା ହେବାରୁ ରୋକିବା ପାଇଁ ଭାରତୀୟ ରେଳପଥ ଉଚିତ ପଦକ୍ଷପ ଦେଇଛି କି ନାହିଁ ସିଏଜି ନିଜ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ଏହି ରିପୋର୍ଟ ଉପରେ ବିଭନ୍ନ ମହଲରେ ଆଲେଚନା ହେବାରେ ଲାଗିଛି ।

କୁହାଯଉଛି ଯଦି ଏହି ରିପୋର୍ଟ ଉପରେ ଠୋସ ପଦକ୍ଷପ ନିଆଯାଇଥାନ୍ତା ତେବେ ଆଜି ଏ ବଡ଼ ଦୁର୍ଘଟଣା ହୋଇନଥାନା କି ଶତାଧିକ ଲୋକଙ୍କ ଜୀବନ ଯାଇନଥାନ୍ତା । ଗତବର୍ଷ ସେପ୍ଟେମ୍ବରେ ରେଳ ସୁରକ୍ଷା ସମ୍ପର୍କିତ ସିଏଜି ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଥିଲା। ଟ୍ରେନ୍ ଲାଇନଚ୍ୟୁତ କିମ୍ବା ଦୁର୍ଘଟଣା ଭଳି ଘଟଣାକୁ ରୋକିବା ଲାଗି କ’ଣ ସୁରକ୍ଷା ବ୍ୟବସ୍ଥା ରହିଛି ତାହା ଜାଣିବା ଲାଗି ସିଏଜି ପ୍ରୟାସ କରିଥିଲେ। ରେଳ ମନ୍ତ୍ରାଳୟ ଯେଉଁ ତଥ୍ୟ ଦେଇଥିଲା ତାହା ଚକିତ କରିବା ଭଳି ଥିଲା। ଢ଼ିଲା ସୁରକ୍ଷା ବ୍ୟବସ୍ଥ, ଠିକ୍ ଭାବେ ଯାଞ୍ଚ ନହେବା, ଦୁର୍ଘଟଣା ପରେ ତଦନ୍ତ ରିପୋର୍ଟ ଦାଖଲ କିମ୍ବା ଗ୍ରହଣ ହେଉନଥିବା, ଅଗ୍ରାଧିକାର ଭିତ୍ତି‌ରେ ଉତ୍ସର୍ଗୀକୃତ ପାଣ୍ଠି ବ୍ୟବହାର କରାଯାଉନଥିଲା, ଟ୍ରାକ୍ ନବୀକରଣ ଲାଗି ବରାଦ ହେଉଥିବା ପାଣ୍ଠି ନିୟମିତ ଭାବେ ହ୍ରାସ ପାଉଥିଲା ଏବଂ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା କର୍ମଚାରୀ ସଂଖ୍ୟା ଯଥେଷ୍ଟ ନଥିବା ଭଳି ବହୁ ତ୍ରୁଟିକୁ ସିଏଜି ସାମ୍ନାକୁ ଆଣିଥିଲେ।

ଟ୍ରାକ୍ ସ୍ବାସ୍ଥ୍ୟ ଯାଞ୍ଚ କରିବା ଲାଗି ଟ୍ରାକ୍ ରେକର୍ଡିଂ କାର୍‌ର ଅଭାବ ରହିଛି। ବାହାନଗା ଦୁର୍ଘଟଣା ପାଇଁ ଦାୟୀ କରାଯାଉଥିବା ଟ୍ରାକ୍ ପରିଚାଳନା ବ୍ୟବସ୍ଥାରେ ଥିବା ବିଫଳତାକୁ ମଧ୍ୟ ସିଏଜି ସାମ୍ନାକୁ ଆଣିଥିଲେ। ଅନଲାଇନ୍ ମାଧ୍ୟମରେ ଟ୍ରାକ୍ ରକ୍ଷଣାବେକ୍ଷଣ କାମର ନିରୀକ୍ଷଣ ଲାଗି ଏହି ବ୍ୟବସ୍ଥା ବିକାଶ କରାଯାଇଛି। କିନ୍ତୁ ସିଏଜିଙ୍କ ସମୀକ୍ଷା ବେଳେ ତାହା କାର୍ଯ୍ୟକ୍ଷମ ନଥିବା ଜଣାପଡ଼ିଥିଲା। ୨୦୧୭ ଏପ୍ରିଲ୍‌ରୁ ୨୦୨୧ ମାର୍ଚ୍ଚରେ ଇଞ୍ଜିନିୟରିଂ ବିଭାଗ ପାଇଁ ୪୨୨ ଟ୍ରେନ୍ ଲାଇନଚ୍ୟୁତ ଘଟଣା ଘଟିଥିଲା। ସେଥିରୁ ୧୭୧ ମାମଲାରେ ଟ୍ରାକ୍ ରକ୍ଷଣାବେକ୍ଷଣ ଦାୟୀ ଥିବା ବେଳେ ୧୫୬ଟି ମାମଲାରେ ଟ୍ରାକ୍‌ ଧାର୍ଯ୍ୟ ସୀମା ବାହାରେ ଥିଲା। ପରିଚାଳନା ବିଭାଗ ଲାଗି ୨୭୫ଟି ଦୁର୍ଘଟଣା ଘଟିଥିଲା। ସିଏଜି ଜଣାଇଥିଲେ ଯେ ୬୩ ପ୍ରତିଶତ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇନଥିଲା ଓ ୪୯ ପ୍ରତିଶତ ମାମଲାରେ ରିପୋର୍ଟକୁ ଗ୍ରହଣ କରାଯାଇନଥିଲା। ଟ୍ରାକ୍ ନବୀକରଣ ଲାଗି ପାଣ୍ଠି ବରାଦ ହ୍ରାସ ପାଉଥିଲା। ଯେତିକି ପାଣ୍ଠି ଦିଆଯାଉଥିଲା ତାହା ବିନିଯୋଗ ହେଉନଥିଲା ବୋଲି ସିଏଜି ଜଣାଇଥିଲେ।

Leave A Reply

Your email address will not be published.