ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସାମ ଜୋରହାଟରେ ଭୟଙ୍କର ବିମାନ ଦୁର୍ଘଟଣା । ବାୟୁ ସେନା ବିମାନ କ୍ରାସରେ ୫ ଜଣ ଜବାନଙ୍କର ମୃତ୍ୟୁ ହୋଇଛି । ଆଜି ଆସାମ ଜୋରହଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ଏୟାରକ୍ରାଫ୍ଟ । ମୃତକ ମାନଙ୍କମଧ୍ୟରେ ସ୍କ୍ୱାଡ୍ରନ ଲିଡର ପ୍ରଶାନ୍ତ ସିଂହ, ଫ୍ଲାଇଟ୍ ଲେଫ୍ଟେନାଣ୍ଟ ଶୁଭମ କୁମାର, ସର୍ଜେଣ୍ଟ ଜିତେନ୍ଦ୍ର ଶର୍ମା ଓ ଅଗ୍ନିବୀରବାୟୁ ଖେମାରାମ କୁମାଓତ ଓ ଦାନିଶ ଆଲମ ଥିଲେ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏୟାରବେସରେ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ହୋଇଥିଲା । କେମିତି ଓ କେଉଁ ପରିସ୍ଥିତିରେ ଏୟାରକ୍ରାଫ୍ଟ କ୍ରାସ ହେଲା ? ଏହି ଘଟଣାରେ କୋ-ପାଇଲଟ୍ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି । କୁହାଯାଉଛି ଏୟାଷ୍ଟ୍ରି ପରେ ଅବତରଣ ନ କରିପାରି ପାଖରେ ଥିବା ଆବୁଡା ଖାବୁଡା ସ୍ଥାନରେ ଅବତରଣ କରିଥିଲା ଏହି କାରଣରୁ ଦୁର୍ଘଟଣା ହୋଇଥିବାର ଆସଙ୍କା କରାଯାଉଛି । ଦୁର୍ଘଟଣାଟି କେଉଁଥି ପାଇଁ ହେଲା ଏନେଇ ବାୟୁସେନା କୋର୍ଟ ଅଫ୍ ଇନକାରୀ ତଦନ୍ତ ଜାରି ରଖିଛି ।
