ଭୁଲିଗଲେ ମାନବିକତା, ଅସହାୟ ଯାତ୍ରୀଙ୍କ ପାଖରୁ ଲୁଟିନେଲେ ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ବହାନଗାର ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତଦ୍ଦ କରିଦେଇଛି । ଯାତ୍ରୀଙ୍କ ଏହି ଦୁର୍ଦ୍ଦିନରେ ବହୁ ସଂସ୍ଥା ଓ ବ୍ୟକ୍ତି ବିଶେଷ ବଢାଇଛନ୍ତି ସହୋଯୋଗର ହାତ । ଦେଖାଇଛନ୍ତି ମାନବିକତାର ପରିଚୟ । ଆଉ କିଛି ଉଠାଉଛନ୍ତି ଫାଇଦା । ଭୁଲି ଯାଇଛନ୍ତି ମଣିଷପଣିଆ । ଦୁର୍ଘଟଣା ପରେ ମୃତାହତ ମାନଙ୍କୁ ଉଦ୍ଧାର କରିବା ଏକ ଚ୍ୟାଲେଞ୍ଜ ଥିଲା । ଯାହା ସରକାରୀ ସ୍ତରରେ ସାଧାରଣ ଲୋକଙ୍କ ସହଯୋଗରେ ସମ୍ଭବ ହୋଇଛି । ଯେଉଁମାନେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ସେମାନଙ୍କ ଘର ବାହୁଡ଼ାର କଷ୍ଟ ଅନୁଭବି ହିଁ ଜାଣିଛି । ଏହି ଯାତ୍ରୀଙ୍କ ପାଇଁ ଦେବଦୁତ ଭଳି ଠିଆ ହୋଇଥିଲା ବହୁ ଘରୋଇ ବସ ମାଲିକ । ଭଡ଼ା ଠାରୁ ବହୁତ କମରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥିଲେ । ଏହି ବସ ମାଲିକ ଓ କର୍ମଚାରୀମାନଙ୍କ ପ୍ରଶଂସା ଯେତେ କଲେ ମଧ୍ୟ କମ ହେବ ।

ଆଉ କଛି ବସ ମାଲିକ ଯାତ୍ରୀ ଭଡ଼ାକୁ ହଠାତ ଦୁଇ ଗୁଣ ବଢାଇ ଦେଇଛନ୍ତି । ଭୁବନେଶ୍ୱରରୁ କୋଲକାତା ଯଉଥିବା ନନଏସି ବସର ଟିକେଟ ମୂଲ୍ୟ ପୁର୍ବରୁ ୪୦୦ ଟଙ୍କା ଥିଲା । ବସ ମାଲିକମାନେ ୭୦୦ ଟଙ୍କା ଲେଖାଏଁ ଲୁଟି ଦେଇଥିଲେ । ସେହିପରି ଏସିବସ ର ଟିକେଟର ମୂଲ୍ୟ ୧୨୦୦ ଥିବାବେଳେ ଜବରଦସ୍ତ ଆଦାୟ କରିଥିଲେ ୨୫୦୦ ଟଙ୍କା । ମାନବିକତା ହୀନ ଏହି ବସ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ କେହି ସାହାସ କରିନାହାନ୍ତି । ସେହିପରି ଫ୍ଲାଇଟ ଅବସ୍ଥା । ଅନ୍ୟଦିନେ ଚେନ୍ନାଇରୁ ଭୁବନେଶ୍ୱର ବିମାନ ଭଡ଼ା ୮୦୦୦ ଥିବାବେଳ ହଠାତ ଏହା ୧୫୦୦୦ କୁ ବୃଦ୍ଧି ପାଇଛି । ସଦାବେଳେ ଲାଭ କରୁଥିବା ବସ ମାଲିକ ଓ ବିମାନ କମ୍ପାନି ଲୋକଙ୍କ ଦୁଃଖ ସମୟରେ ସହଯୋଗର ହାତ ବଢାଇଥିଲେ କେତେ ଟଙ୍କା ବା ସେମାନଙ୍କର କ୍ଷତି ହୋଇଯାଇଥାନ୍ତା । ଏସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ସରକାରଙ୍କ ଚୈତନ ଉଦ୍ୟୟ ହୋଇଛିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ