ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା ଆସିଲା ନୂଆ ମୋଡ । ଦୀର୍ଘ ଆଠଦିନ ଧରି ଓଏଏସ ବାବୁଙ୍କ ଲୁଚକାଳି ଖେଳ ଶେଷ ହୋଇଛି । ଶେଷରେ ପୋଲିସ ହାତରେ ଲାଗିଛି ଅଭିଯୁକ୍ତ ଓଏଏସ ପ୍ରେମିକ । ଚନ୍ଦ୍ରିକା ହତ୍ୟାକାଣ୍ଡ ଘଟଣାରେ ପୋଲିସ ତାଙ୍କ ବୟଫ୍ରେଣ୍ଡକୁ ଗିରଫ କରିଛି । ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଆବଶ୍ୟକ ପଡିଲେ ପୋଲିସ ରିମାଣ୍ଡରେ ଆଣିବ ବୋଲି କହିଛନ୍ତି କଟକ ଡିସିପି । ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡସିପି ରିସିକେଶ ଦର୍ଶାଇଛନ୍ତି କି, ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କର ମୃତ୍ୟୁହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭୀମସେନଙ୍କ ଲାପଟପ୍ , ଟାବଲେଟ୍ ଜବତ ହୋଇଛି । ଏହା ସହ ହ୍ୱାଟସ୍ ଆପ୍ରୁ ମଧ୍ୟ ଚାଟିଂରୁ ତଥ୍ୟ ମିଳିଛି । ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ ଉଠାଇ ନ ଥିଲେ । ଅନ୍ୟ ଜଣଙ୍କ ନମ୍ବରରୁ ବି ଚନ୍ଦ୍ରିକା ଫୋନ୍ କରିଥିଲେ ମଧ୍ୟ ଭୀମସେନ ଫୋନ ଉଠାଇ ନ ଥିଲେ । ପରେ କାଠଯୋଡି ନଦୀରୁ ପୁଲିସ ଚନ୍ଦ୍ରିକାଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ତାଙ୍କ ବୟଫ୍ରେଣ୍ଡଙ୍କ ଭୀମସେନଙ୍କ ହାତ ଥିବା ତଥ୍ୟ ମିଳିବା ପରେ ତାଙ୍କୁ ଗିରଫ କରି ବାରଙ୍ଗ ଥାନାରେ ରଖିଛି ପୋଲିସ । ସେପଟେ ଚନ୍ଦ୍ରିକାଙ୍କ ମାଆ କାନ୍ଦି କାନ୍ଦି ମୋ ଝିଅକୁ ନ୍ୟାୟ ମିଳୁ ବୋଲି ଦାବୀ କରିଛନ୍ତି । ତାଙ୍କ ମାଆଙ୍କ ଆରୋପ କି, ଚନ୍ଦ୍ରିକା ବାଲେଶ୍ୱର ଜିଲ୍ଲା ଫକିରମୋହନ କଲେଜରେ ଏମ୍ବିଏସ୍ ତୃତୀୟ ବର୍ଷରେ ପ୍ଧଙ୍ଖ ପଢୁଥିଲା । ସେହିଠାରେ ସ୍ଥାନୀୟ ଅଞ୍ଚଳର ଭୀମସେନଙ୍କ ସହ ଏକାଠି ପଢୁଥିଲା ଚନ୍ଦ୍ରିକା । ପାଖାପାଖି ୧୫ବର୍ଷ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଚନ୍ଦ୍ରିକା ଡାକ୍ତରୀ ପଢିବାକୁ ବାଲେଶ୍ୱରରେ ରହିଲେ କିନ୍ତୁ ଭିମସେନ ଗାଁରୁ ଭୁବନେଶ୍ୱର ଚାଲିଆସିଲେ ସେଠି ସେ ଆଉ ଜଣେ ଝିଅଙ୍କ ସହ ସର୍ମ୍ପକରେ ଆସିଥିଲେ । ଯାହା ପାଇଁ ଭିମସେନ ମୋ ଝିଅ ସହ ପ୍ରତାରଣା କରିବାରୁ ସେ ମାନସିକ ଭାରସମ୍ୟ ହରାଇବସିଥିଲା ।
