Masthead

‘ପୁଷ୍କରା’କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗୌରବମୟ ମୁହୂର୍ତ୍ତ । ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ପିଲ୍ମ ଭାବେ ମନୋନୀତ ହୋଇଛି ପୁଷ୍କରା ।

ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ପିଲ୍ମ ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଘୋଷଣା କରାଯାଇଛି । ଯେତେବେଳେ ଓଡ଼ିଆ ସିନେମାକୁ ନେଇ ବହୁ ପ୍ରଶ୍ନବାଚି ସୃଷ୍ଟି ହେଉଥିଲା । ଓଡ଼ିଆ ସିନେମାର କ୍ରେଜ୍ ନଥିଲା । ଓଡ଼ିଆ ସିନେମା ଚାଲିବ କି ନ ଚାଲିବ । ସେତେବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଏବଂ ପୁଷ୍କରା ଫିଲ୍ମର ସମସ୍ତ ଟିମ୍ ସଦସ୍ୟ ମିଶି ଏକ ମୌଳିକ କାହାଣୀକୁ ନେଇ ଏହି ଫିଲ୍ମ ତିଆରି କରିଥିଲେ ।

ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ଦର୍ଶକଙ୍କୁ ଭଲ ଫିଲ୍ମ ଦେଖାଇବା ପ୍ରୟାସରେ ପୁଷ୍କରା ସିନେମା ତିଆରି କରିଥିଲେ । କେମିତି ଦର୍ଶକମାନଙ୍କୁ ସିନେମା ହଲ୍କୁ ଫେରାଇ ଆଣିପାରିବେ ସେହି ଉଦ୍ଦେଶ୍ୟରେ ପୁଷ୍କରା ଫିଲ୍ମ ତିଆରି ହୋଇଥିଲା । ସାହିତ୍ୟରୁ ତିଆରି ହୋଇଥିଲା ଏହି ସିନେମା । ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ । ଶଙ୍କର ତ୍ରିପାଠୀଙ୍କ ମୂଳ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ ଏହି ଫିଲ୍ମ ୨୦୨୩ ସେପ୍ଟେମ୍ବର ୧୯ରେ ମୁକ୍ତିଲାଭ କରିଥିଲା ।

ଏଥିରେ ମୁଖ୍ୟ ଚରିତ୍ର ଭାବରେ ସବ୍ୟସାଚୀ ମିଶ୍ର ଅଭିନୟ କରିଥିଲେ, ତାଙ୍କ ସହ ସୁପ୍ରିୟା ଚୌଧୁରୀ, ବିକାଶ ଦାସ, ଅଶ୍ରୁମୋଚନ, ପିଣ୍ଟୁ ନନ୍ଦ ପ୍ରମୁଖ ବହୁ ବିଶିଷ୍ଠ କଳାକାର ନଜରକୁ ଆସିଥିଲେ । ସିନେମା ଯେତେବେଳେ ରିଲିଜ୍ ହୋଇଥିଲା, ବହୁ ସଫଳତା ମିଳିଥିଲା । ଏବଂ ବହୁ ଦର୍ଶକଙ୍କର ଭଲ ପାଇବା ମଧ୍ୟ ମିଳିଥିଲା ଏହି ସିନେମାକୁ । ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବହୁ ସଫଳତା ହାତେଇଥିଲା ଏହି ସିନେମା । ପୁଷ୍କରା’ ରିଲିଜ୍ ହେବାପରେ କଳାକାର ମାନଙ୍କର କ୍ୟାରିଅରକୁ ଏକ ନୂଆ ମୋଡ଼ ଦେବ ବୋଲି ଆଶା କରିଥିଲେ ସବ୍ୟସାଚୀ । ଏବେ ଏହା ସତରେ ପରିଣତ ହୋଇଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ପୁଷ୍କରା’ ମନୋନୀତ ହେବାପରେ, ଏହା ଓଡ଼ିଆ ଚଳଚ୍ଚିତ୍ର ଜଗତ, ତରଙ୍ଗ ସିନେ ପ୍ରଡକ୍ସନ୍ସ ଏବଂ ପୁଷ୍କରାରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି