Before Header

ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲ

0 264

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେପିର ନୂଆ ରାଜ୍ୟ ସଭାପତି ହୋଇଛନ୍ତି ମନମୋହନ ସାମଲ । ଅଚାନକ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି । ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ସମୀର ମହାନ୍ତିଙ୍କ ଜାଗାରେ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି କରିଛି ବିଜେପି । ସମୀରଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଫଳ ହୋଇଥିଲା । ତେବେ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିଲା ।

ସମୀରଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢିବ ବୋଲି କୁହାଯାଉଥିଲା । ହେଲେ ସମୀରଙ୍କ ଜାଗାରେ ମନମୋହନଙ୍କ ନେତୃତ୍ୱରେ ନିର୍ବାଚନ ଲଢିବାକୁ ବିଜେପି ନିଷ୍ପତ୍ତି ନେଇଛି । ମନମୋହନ ସାମଲ ପୂର୍ବରୁ ମଧ୍ୟ ଦଳର ରାଜ୍ୟ ସଭାପତି ଥିଲେ । ଏହା ସହ ମେଣ୍ଟ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.