Masthead

ଓଡ଼ିଶାରେ ହେବ ପୁଷ୍ପା-୨ର ସୁଟିଂ !

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ହୋଇପାରେ ବହୁ ଚର୍ଚ୍ଚିତ ପୁଷ୍ପା-୨ ର ସୁଟିଂ । ପୁଷ୍ପାର ଜବରଦସ୍ତ ସଫଳତା ପରେ ତିଆରି ହେବାକୁ ଯାଉଛି ଏହାର ସିକ୍ୱେଲ ପୁଷ୍ପା-୨ । ଅଭିନେତା ଆଲୁ ଅର୍ଜୁନ ୨ ଦିନ ତଳେ ଏହାର ପୋଷ୍ଟର ସେୟାର କରିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି । ସମସ୍ତେ ଅପେକ୍ଷା କରିଛନ୍ତି ପୁଷ୍ପା-୨କୁ ଦେଖିବା ପାଇଁ । ଏହାରି ଭିତରେ ଓଡ଼ିଶାରେ ଥିବା ପୁଷ୍ପାର ଫ୍ୟାନ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ପୁଷ୍ପା-୨ର ଅନେକ ଭାଗର ସୁଟିଂ ଓଡ଼ିଶାରେ ହୋଇପାରେ । ମାଲକାନାଗିରିର ଘଞ୍ଚ ଜଙ୍ଗଲରେ ଚନ୍ଦନ କାଠ ଚୋରିର ସିନ୍ ସୁଟିଂ ହୋଇପାରେ ।

ଫିଲ୍ମର ପ୍ରଡକ୍ସନ ଟିମ ଏଥିପାଇଁ ମାଲକାନଗିରିର ଜଙ୍ଗଲରେ ପହଞ୍ଚି ସୁଟିଂ ଭ୍ୟୁ ପରଖିଛନ୍ତି । ଏହି ଟିମରେ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲୋ ସାଇଟ ଭ୍ୟୁ ପରେ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛନ୍ତି ପି. ଭେଙ୍କଟେଶ୍ୱର ରାଓ ।

ବଡ଼ ଖବରକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ଫିଲ୍ମର ପ୍ରଡକ୍ସନ ମ୍ୟାନେଜର ପି. ଭେଙ୍କଟେଶ୍ୱର ରାଓ କହିଛନ୍ତି ଆମେ କିଛି ଆକ୍ସନ ସିନ୍ ସୁଟିଂ କରିବା ପାଇଁ ବିଭିନ୍ନ ସ୍ଥାନ ବୁଲି ଦେଖିଛୁ । ହନ୍ତାଳଗୁଡ଼ା, ସାର୍କୁବନ୍ଧ ଝୁଲାପୋଲ ସହ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଛନ୍ତି ଟିମ୍ । ସେଟକୁ ଆଲୁ ଅର୍ଜୁନଙ୍କ ଆସିବା ନେଇ କୌଣସି ସ୍ଥିର କରାଯାଇନଥିବା କହିଛନ୍ତି ପି. ଭେଙ୍କଟେଶ୍ୱର ରାଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ