ସୌମ୍ୟଙ୍କ ତେରଛା ବାଣ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପୁଣି ସରକାରଙ୍କୁ ତେରଛା ବାଣ ମାରିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ । ପାରାଦୀପ୍ ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବିଜୁ ଜୟନ୍ତୀ ପାଳନ ସଭାରେ ନିଜ ବକ୍ତବ୍ୟରେ ସରକାରଙ୍କୁ ନିଶାନା କରିଛନ୍ତି ସୌମ୍ୟ । ବିଜୁବାବୁ ସାତବର୍ଷ କ୍ଷମତାରେ ରହିପାରିନଥିଲେ । ହେଲେ ତାଙ୍କ ନାମରେ ନାମିତ ଦଳ ଦୀର୍ଘ ୨୨ ବର୍ଷ ହେବ କ୍ଷମତାର ମହୁ ପିଆଇ ଚାଲିଛି । ହେଲେ ସେଇ ମହୁ ପିଇବା ପାଇଁ ଆମେ ଯୋଗ୍ୟ ତ?

ଏହା ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ୍ ବୋଲି ସୌମ୍ୟ ତାଙ୍କ ଅଭିଭାଷଣରେ କହିଥିଲେ । ଆହୁରି ମଧ୍ୟ ବିଜୁଙ୍କ ନିଶରେ କେତେଦିନ ଚାଲିବ? ଲୋକେ ଗ୍ରହଣ କରିବେ ତ ବୋଲି ସେ ପ୍ରଶ୍ନ କରିଥିଲେ? ଏଭଲି କି କ୍ଷମତାରେ ଥିବା ନେତାଙ୍କୁ ତିସ୍ ମାର୍କା ନେତା କହିବାକୁ ମଧ୍ୟ ପଛାଇ ନଥିଲେ ସୌମ୍ୟ । ବିଜୁଙ୍କ ନିଶକୁ ଅଜାଙ୍କ ନିଶ ଉପାଖ୍ୟାନରେ ଅବଲୋକନ କରି ସୌମ୍ୟ ଦେଇଥିବା ତାଚ୍ଛଲ୍ୟ ରୂପୀ ତେରଛା ବାଣ ବିଜୁଙ୍କ ନାମକୁ ନେଇ ସରକାରର କ୍ଷମତା ମହୁ ଉପଭୋଗ କରୁଥିବା କେଉଁ ବରିଷ୍ଠ ନେତାକି ପ୍ରସାଶନିକ ଅଧିକାରୀଙ୍କୁ ନିଶାନା ହେଉଛି ତାହା ସେ ସିଧାସଳଖ ପ୍ରକାଶ କରିନଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ସ୍ତରରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ