Masthead

ପରଲୋକରେ ପଥର ବିନ୍ଧାଣୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚିର ନିଦ୍ରାରେ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର । ନୀରବି ଯାଇଛି ତାଙ୍କ ହାତର ନିଆଣ ମୁଗୁର । ସ୍ତବ୍ଧ ହୋଇଯାଇଛନ୍ତି ତାଙ୍କଠାରୁ କଳାକୃତି ଶିକ୍ଷା କରିଥିବା ହଜାର ହଜାର ଶିକ୍ଷାର୍ଥୀ । ରାଜ୍ୟବାସୀ ହରାଇଛନ୍ତି ଆଉଜଣେ ବିଶୁ ମହାରଣାଙ୍କୁ । ତାଙ୍କ କଳାକୃତି ତାଙ୍କ ପାଇଁ ଆଣି ଦେଇଥିଲା ସଫଳତାର ପାହାଚ । ଦେଶ ହରାଇଛି ପଦ୍ମ ବିଭୁଷଣ ପ୍ରାପ୍ତ ସୁଯୋଗ୍ୟ ସନ୍ତାନକୁ । ଆଗାମୀ ଦିନରେ ଏହି ସ୍ଥାନ ରହିବ ଅପୂରଣୀୟ । କେବେ ପୁରସ୍କାରକୁ ନେଇ ସେ କରିନଥିଲେ ଗର୍ବ । ପୁରସ୍କାର ପ୍ରାପ୍ତି ପରେ ତାଙ୍କ ଉତ୍ତର ଥିଲା ମୂର୍ତ୍ତି ପ୍ରତି ଥିବା ମୋର ଭକ୍ତି ମୋତେ ପୁରସ୍କୃତ କରିଛି । ପଥର ଭିତରେ ଲୁଚି ରହିଛି ମୂର୍ତ୍ତି । ପଥରରେ ଥିବା ଅଳିଆକୁ ସଫା କରି ମୂର୍ତ୍ତିକୁ ବାହାରକୁ ଆଣିବାକୁ କେବଳ ଚେଷ୍ଟା କରୁଛି । ପ୍ରଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ସ୍ୱର୍ଗତ ରଘୁନାଥ ଦେଖିଥିଲେ ଦ୍ୱିର୍ତୀୟ କୋଣାର୍କର ସ୍ୱପ୍ନ । ସ୍ୱପ୍ନକୁ ସାକାର କରିବାକୁ କିଣାଯାଇଥିଲା ଜମି । ଏପରି କି କାମ ଆରମ୍ଭ ହୋଇଥିଲା । ଦ୍ୱିତୀୟ କୋଣାର୍କର ନିର୍ମାଣ ଲାଗି ଘୋଷଣା କରିବା ପରେ ଉତଫୁଲିତ ହୋଇଥିଲେ ଓଡିଶାର ସାଢେ ଚାରିକୋଟି ଲୋକେ । ମାତ୍ର ଆଜି କରୋନାରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ହାରିଛନ୍ତି ଜୀବନ । ୨୪ ମାର୍ଚ୍ଚ ୧୯୪୩ରେ ପୁରୀର ଶାସନ ପଡିଆରେ ରଘୁନାଥଙ୍କର ହୋଇଥିଲା ଜନ୍ମ । ମାତା ଶକୁନ୍ତଳା ଓ ପିତା ଦାମୋଦର ମହାପାତ୍ରଙ୍କର ସେ କରିଥିଲେ କୋଳମଣ୍ଡନ । ଜଗନ୍ନାଥ ପ୍ରେମୀ ଓ ସର୍ବପରି କଳା ସଂସ୍କୃତିର ବାର୍ତ୍ତବହ ପାଲଟିଥିବା ରଘୁନାଥ ରାଜ୍ୟ ତଥା ଦେଶର ଚିର ନମସ୍ୟ । ୧୯୭୬ ମସିହାରେ ତାଙ୍କର ଉଲ୍ଲେଖନୀୟ କଳାକୃତି ପାଇଁ ତତକାଳୀନ ରାଷ୍ଟପ୍ରତି ଫକିର ଉଦ୍ଦିନ ଅଲ୍ଲୀ କରିଥିଲେ ପୁରସ୍କୃତ । ସେହିପରି ୨୦୦୧ରେ ରଘୁନାଥଙ୍କୁ ପଦ୍ମଭୁଷଣ ଓ ୨୦୧୩ ମସିହାରେ ପଦ୍ମ ବିଭୁଷଣରେ ହୋଇଥିଲେ ପୁରସ୍କୃତ । ୨୦୦୦ ମସିହାରେ ସେ ଇଣ୍ଡିଆନ କାଉନସିଲ ଫର କଲଚର ରିଲେସନର ସଦସ୍ୟ ହୋଇଥିଲେ । ତାଙ୍କୁ ଆଜି ଆମେ ଜଣାଉଛୁ ବିନମ୍ର ଶ୍ରଦ୍ଧାଞ୍ଜଳୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ