Masthead

ପରଲୋକରେ ପଥର ବିନ୍ଧାଣୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚିର ନିଦ୍ରାରେ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର । ନୀରବି ଯାଇଛି ତାଙ୍କ ହାତର ନିଆଣ ମୁଗୁର । ସ୍ତବ୍ଧ ହୋଇଯାଇଛନ୍ତି ତାଙ୍କଠାରୁ କଳାକୃତି ଶିକ୍ଷା କରିଥିବା ହଜାର ହଜାର ଶିକ୍ଷାର୍ଥୀ । ରାଜ୍ୟବାସୀ ହରାଇଛନ୍ତି ଆଉଜଣେ ବିଶୁ ମହାରଣାଙ୍କୁ । ତାଙ୍କ କଳାକୃତି ତାଙ୍କ ପାଇଁ ଆଣି ଦେଇଥିଲା ସଫଳତାର ପାହାଚ । ଦେଶ ହରାଇଛି ପଦ୍ମ ବିଭୁଷଣ ପ୍ରାପ୍ତ ସୁଯୋଗ୍ୟ ସନ୍ତାନକୁ । ଆଗାମୀ ଦିନରେ ଏହି ସ୍ଥାନ ରହିବ ଅପୂରଣୀୟ । କେବେ ପୁରସ୍କାରକୁ ନେଇ ସେ କରିନଥିଲେ ଗର୍ବ । ପୁରସ୍କାର ପ୍ରାପ୍ତି ପରେ ତାଙ୍କ ଉତ୍ତର ଥିଲା ମୂର୍ତ୍ତି ପ୍ରତି ଥିବା ମୋର ଭକ୍ତି ମୋତେ ପୁରସ୍କୃତ କରିଛି । ପଥର ଭିତରେ ଲୁଚି ରହିଛି ମୂର୍ତ୍ତି । ପଥରରେ ଥିବା ଅଳିଆକୁ ସଫା କରି ମୂର୍ତ୍ତିକୁ ବାହାରକୁ ଆଣିବାକୁ କେବଳ ଚେଷ୍ଟା କରୁଛି । ପ୍ରଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ସ୍ୱର୍ଗତ ରଘୁନାଥ ଦେଖିଥିଲେ ଦ୍ୱିର୍ତୀୟ କୋଣାର୍କର ସ୍ୱପ୍ନ । ସ୍ୱପ୍ନକୁ ସାକାର କରିବାକୁ କିଣାଯାଇଥିଲା ଜମି । ଏପରି କି କାମ ଆରମ୍ଭ ହୋଇଥିଲା । ଦ୍ୱିତୀୟ କୋଣାର୍କର ନିର୍ମାଣ ଲାଗି ଘୋଷଣା କରିବା ପରେ ଉତଫୁଲିତ ହୋଇଥିଲେ ଓଡିଶାର ସାଢେ ଚାରିକୋଟି ଲୋକେ । ମାତ୍ର ଆଜି କରୋନାରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ହାରିଛନ୍ତି ଜୀବନ । ୨୪ ମାର୍ଚ୍ଚ ୧୯୪୩ରେ ପୁରୀର ଶାସନ ପଡିଆରେ ରଘୁନାଥଙ୍କର ହୋଇଥିଲା ଜନ୍ମ । ମାତା ଶକୁନ୍ତଳା ଓ ପିତା ଦାମୋଦର ମହାପାତ୍ରଙ୍କର ସେ କରିଥିଲେ କୋଳମଣ୍ଡନ । ଜଗନ୍ନାଥ ପ୍ରେମୀ ଓ ସର୍ବପରି କଳା ସଂସ୍କୃତିର ବାର୍ତ୍ତବହ ପାଲଟିଥିବା ରଘୁନାଥ ରାଜ୍ୟ ତଥା ଦେଶର ଚିର ନମସ୍ୟ । ୧୯୭୬ ମସିହାରେ ତାଙ୍କର ଉଲ୍ଲେଖନୀୟ କଳାକୃତି ପାଇଁ ତତକାଳୀନ ରାଷ୍ଟପ୍ରତି ଫକିର ଉଦ୍ଦିନ ଅଲ୍ଲୀ କରିଥିଲେ ପୁରସ୍କୃତ । ସେହିପରି ୨୦୦୧ରେ ରଘୁନାଥଙ୍କୁ ପଦ୍ମଭୁଷଣ ଓ ୨୦୧୩ ମସିହାରେ ପଦ୍ମ ବିଭୁଷଣରେ ହୋଇଥିଲେ ପୁରସ୍କୃତ । ୨୦୦୦ ମସିହାରେ ସେ ଇଣ୍ଡିଆନ କାଉନସିଲ ଫର କଲଚର ରିଲେସନର ସଦସ୍ୟ ହୋଇଥିଲେ । ତାଙ୍କୁ ଆଜି ଆମେ ଜଣାଉଛୁ ବିନମ୍ର ଶ୍ରଦ୍ଧାଞ୍ଜଳୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ