Masthead

ରାହାଣେ ଆସିଲେ, ସୂର୍ଯ୍ୟ ଆଉଟ,ସଞ୍ଜୁ ନିରାଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ । ଆସନ୍ତା ଜୁନ୍‌ ୭ରୁ ୧୨ ଯାଏ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର(WTC)ର ଫାଇନାଲ ମ୍ୟାଚ ଖେଳାଯିବ । ଏଥିପାଇଁ ଭାରତୀୟ ଟିମର ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ୧୭ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଆଗରୁ ଅଷ୍ଟ୍ରେଲିଆ ଖେଳାଳିଙ୍କ ନାମ ଘୋଷଣା କରାଯାଇଥିଲା । ରୋହିତ ଶର୍ମା ପୂର୍ବଭଳି କ୍ୟାପଟେନ ରହିଛନ୍ତି ।

ସେପଟେ ଦଳକୁ ଫେରିଛନ୍ତି ଆଜିଙ୍କ୍ୟ ରାହାଣେ । ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ଟିମରୁ ଆଉଟ୍‌ ହୋଇଥିବା ବେଳେ ଅଜିଙ୍କ୍ୟ ରାହାଣେ ଦଳକୁ ଏଣ୍ଟ୍ରି କରିଛନ୍ତି । ଓ୍ୱିକେଟ୍‌ କିପର ଭାବେ କେଏସ୍‌ ଭରତଙ୍କୁ ଚୟନ କରାଯାଇଛି । ବ୍ୟାଟସମ୍ୟାନ୍‌ ଭାବେ ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏଲ୍ ରାହୁଲ୍‌ ରହିଛନ୍ତି ।

https://twitter.com/BCCI/status/1650734453076148224?s=20

ସ୍ପିନରରେ ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ୍‌ ଏବଂ ରବିନ୍ଦ୍ର ଜାଡେଜା ଥିବାବେଳ ପେସରେ ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମେଶ ଯାଦବ, ଜୟଦେବ ଉନାଦକାତ୍‌ ରହିଛନ୍ତି । ଅନ୍ୟପକ୍ଷରେ ନିରାଶ ହୋଇଛନ୍ତି ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନ ।

ଲଗାତାର ଦମଦାର ପଦର୍ଶନ ସତ୍ତ୍ୱେ ଟିମ ଇଣ୍ଡିଆରେ ସ୍ଥାୟୀ ସ୍ଥାନ ନେଇ ପାରିନାହିଁ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବା ଫାଇନାଲ ମୁକାବିଲା । ଇତି ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଦ୍ୱିତୀୟ ଫାଇନାଲ । ପୂର୍ବ ବର୍ଷ ତଥା ପ୍ରଥମ ସଂସ୍କରଣରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା