Masthead

ଦୁଇ ବିଜେଡି ନେତା ଗିରଫ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ହଳଦିଆ ପଦର ଆକ୍ରମଣ ଘଟଣାର ନିନ୍ଦା କରିବା ସହିତ ମନ୍ତ୍ରୀଙ୍କ ଚାପରେ ବିଜେଡି କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଗତ ଶୁକ୍ରବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ହଲଦିଆପଦର ଅଞ୍ଚଳରେ ଆତଙ୍କ ଖେଳାଇଦେବା ସହିତ ଦୁଇ ବିଜେପି କର୍ମୀ ଏବଂ ତିନିଜଣ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ। ଗତକାଲି ପରିବହନ ମନ୍ତ୍ରୀ ଆହତମାନଙ୍କୁ ଭେଟିବା ସହିତ ଗଞ୍ଜାମ ଜିଲ୍ଲାରେ ଗୁଣ୍ଡାରାଜ ଚଳିବ ନାହିଁ ଏବଂ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ତେବେ ଏହି ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଅଟକ ରଖିଥିବା ନେଇ ଆଜି ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଡେପୁଟି ମେୟର ଇ. ବିବେକ ରେଡି, ଜିଲ୍ଲା ପରିଷଦ ଉପାଦକ୍ଷା ରାଜେଶ୍ୱରୀ ଦୋରା, ବରିଷ୍ଠ ବିଜେଡି ନେତା ଆଜିତ ଦାସ, ଧର୍ମା ରେଡି, ଜିଲ୍ଲା ପରିଷଦ ସଦସ୍ୟ ଦୀପକ ସାମନ୍ତ ପ୍ରମୁଖ ବ୍ରହ୍ମପୁର ଏସପିଙ୍କୁ ଆଜି ଭେଟିଥିଲେ। ପୋଲିସ ପ୍ରଶାସନ କୌଣସି ଚାପରେ ନ ରହି ନିରପେକ୍ଷ ଭାବେ ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଏହା ସହିତ ପୂର୍ବରୁ ଏବଂ ଶୁକ୍ରବାର ଦିନ ବିଜେଡି ନେତା ଶୁଭାଶିଷ ସାହୁଙ୍କ ଘର ଉପରେ ହୋଇଥିବା ବୋମା ମାଡ଼ ଘଟଣାର ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ତେବେ ମନ୍ତ୍ରୀଙ୍କ ଚାପ ସୃଷ୍ଟି କରି ବିଜେଡି କର୍ମୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା। ବର୍ତ୍ତମାନ ଯାହା ଖବର ଆସିଛି ରଣ୍ଡା ସରପଞ୍ଚ ଅଜିତ ରାଉଳ ଓ ସହଯୋଗୀ ସୁଭାସିସ ସାହୁ ଙ୍କୁ ଗିରଫ କରି କିଛି ସମୟ ପରେ କୋର୍ଟ ଚାଲାଣ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ