Masthead

ସାରା ଓଡ଼ିଶାରେ ପ୍ରବଳ ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ଏବେ ଶୀତର ଲହରୀ । ବହୁ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଏବେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଆସିଛି । ୧୦ ଡିଗ୍ରୀ ତଳେ ତିନି ସହର ତାପମାତ୍ରା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସୁନ୍ଦରଗଡ ଜିଲ୍ଲାର କିରେଇରେ ୯.୫ ଡିଗ୍ରୀ, କେନ୍ଦୁଝରଗଡ଼ରେ ଗତକାଲି ରାତିର ତାପମାତ୍ରା ୯.୮ ଡିଗ୍ରୀ ରହିଥିଲା ।

ତେବେ ଦାରିଙ୍ଗବାଡ଼ିରେ ୧୦.୫, ରାଉରକେଲାରେ ୧୦.୯, ନବରଙ୍ଗପୁର ଓ କୋରାପୁଟରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ସହରର ତାପମାତ୍ରା ୧୫.୭ ଡିଗ୍ରୀକୁ ଖସି ଆସିଛି, ଯାହାକି ସ୍ୱାଭାବିକ ୧୫.୯ ଡିଗ୍ରୀ ତୁଳନାରେ ସାମାନ୍ୟ କମ୍ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ ଦେଶର ଅନେକ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ଥଣ୍ଡା ଆହୁରି ବୃଦ୍ଧି ପାଇଛି।

ରାଜଧାନୀ ଦିଲ୍ଲୀରେ ମଧ୍ୟ ପରିସ୍ଥିତି ସମାନ ରହିଛି। ଏଠାରେ ଗତକାଲି ଆର୍ଥାତ୍‌ ଡିସେମ୍ବର ୧୧ ସବୁଠାରୁ ଶୀତ ଦିନ ଥିଲା। ଜମ୍ମୁ କଶ୍ମୀରରେ ପାରା ଶୂନରୁ ତଳକୁ ଖସି -୪ ଡିଗ୍ରୀ ଛୁଇଁଛି। ପାଣିପାଗ ବିଭାଗ ଅନୁଯାୟୀ ଡିସେମ୍ବର ୧୫ ସୁଦ୍ଧା ଉତ୍ତର ଭାରତର ତାପମାତ୍ରାରେ ଆହୁରି ହ୍ରାସ ଘଟିବ। ପାଣିପାଗ ବିଭାଗ ଅନୁଯାୟୀ, ଜମ୍ମୁ-କଶ୍ମୀରର ଶ୍ରୀନଗରରେ ତାପମାତ୍ରା -୪.୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ଆଇଏମଡି ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ୬-୧୦ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା