Masthead

ରାହୁଲ ଦ୍ରାବିଡ ହୋଇପାରନ୍ତି ହେଡ କୋଚ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ହେଡ କୋଚ ହେବାର ସମ୍ଭାବନା ଉପୁଜିବାରେ ଲାଗିଛି । ସେପଟେ ଟି-ଟେଣ୍ଟି ବିଶ୍ୱକପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିଯିବ । ତେଣୁ ହେଡ କୋଚ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରହୁଲ ଦାବ୍ରିଡ ରହିବା ଗୋଟେ ପ୍ରକାର ସ୍ଥିର ହୋଇଯାଇଛି । ଏନେଇ ରାହୁଲ ଦ୍ରାବିଡ ସହମତି ଜଣାଇଥିବାର ସୂଚନା ମିଳିଛି । ସେପଟେ ପାରସ ମାହାମ୍ବ୍ରେ ଭାରତୀୟ ଦଳର ବୋଲିଂ କୋଚ ହୋଇପାରନ୍ତି ।

ତେବେ ହେଡ କୋଚ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ହେବ । ସେ ଦୁଇ ବର୍ଷଧରି ଭାରତୀୟ ଜୁନିୟର ଟିମର ହେଡ କୋଚ ଭାବରେ ନିଯୁକ୍ତ ଅଛନ୍ତି । ରାହୁଲଙ୍କୁ ଏଥିପାଇଁ ୧୦ କୋଟି ଟଙ୍କାର ଅଫର ଦିଆଯାଇଛି । ଏହା ସହ ସେ ବୋନସ ମଧ୍ୟ ପାଇବେ । ବର୍ତ୍ତମାନର କୋଚ ରବି ଶାସ୍ତ୍ରୀଙ୍କ ଦରମା ୮.୫ କୋଟି ଟଙ୍କାର ରହିଛି । ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡ ଦାୟିତ୍ୱ ଗ୍ରହଣ କରିବା ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ