Masthead

ରାହୁଲ ଭାରତର ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି: କିରଣ ରିଜିଜୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । କହିଛନ୍ତି, ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ ବିପଦଜ୍ଜନକ । ସେ ଭାରତକୁ ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ରିଜିଜୁ ଟୁଇଟ୍‌ କରି ଲେଖିଛନ୍ତି, କଂଗ୍ରେସର ଆତ୍ମଘୋଷିତ ରାଜକୁମାର ସମସ୍ତ ସୀମା ଅତିକ୍ରମ କରିଛନ୍ତି।

ଭାରତର ଲୋକମାନେ ଜାଣନ୍ତି ରାହୁଲ ଗାନ୍ଧୀ ପପୁ କିନ୍ତୁ ବିଦେଶୀମାନେ ଜାଣନ୍ତି ନାହିଁ ଯେ ସେ ପ୍ରକୃତରେ ପପୁ। ତାଙ୍କର ନିର୍ବୋଧ ବକ୍ତବ୍ୟର ଜବାବ ଦେବା ଜରୁରୀ ନୁହେଁ, କିନ୍ତୁ ସମସ୍ୟା ହେଉଛି ଯେ ତାଙ୍କର ଭାରତ ବିରୋଧୀ ବକ୍ତବ୍ୟକୁ ରାଷ୍ଟ୍ର ବିରୋଧୀ ଶକ୍ତିମାନେ ଭାରତର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବ୍ୟବହାର କରୁଛନ୍ତି। ରିଜିଜୁ କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ସମ୍ବୋଧନର ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ନଷ୍ଟ କରୁଛନ୍ତି। ରାହୁଲ ଗାନ୍ଧୀ କହିଥିଲେ ଯେ ଶିଖ, ମୁସଲମାନ ଏବଂ ଖ୍ରୀଷ୍ଟିଆନ ସମସ୍ତେ ଭାରତରେ ରୁହନ୍ତି। ସମସ୍ତେ ଭାରତର ନାଗରିକ, କିନ୍ତୁ ନରେନ୍ଦ୍ର ମୋଦି ଏହାକୁ ବିଶ୍ୱାସ କରନ୍ତି ନାହିଁ। ସେ ସେମାନଙ୍କୁ ଭାରତର ଦ୍ୱିତୀୟ ଶ୍ରେଣୀର ନାଗରିକ ବୋଲି ବିବେଚନା କରନ୍ତି। କେମ୍ବ୍ରିଜରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ଭାରତରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା