ଯୌତୁକ ଯୁଇରେ ଜଳିଗଲା ଝିଅ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ପୁଣି ଯୌତୁକ ଯୁଇରେ ଜଳିଗଲା ଝିଅ। ବିବାହର ୨୦ଦିନ ନପୁରୁଣୁ ଚାଲିଗଲା ଝିଅର ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବଡ଼ ରୋମିତ ଗାଁରେ । ଗତ ୧୧ ମାର୍ଚ୍ଚ ୨୦୨୪ରିଖ ଦିନ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାମଦେଇ ପୁର ଗାଁର ଅଜୟ ମହାପାତ୍ରଙ୍କ ବଡ଼ ଝିଅ ଆଦ୍ୟାସା ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବଡ଼ ରୋମିତ ଗାଁର ବାମନ ମହାପାତ୍ରଙ୍କ ପୁଅ ଟିଟୁ ମହାପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ବାହାଘର ପରଠୁ ପୁଅ ସହ ଝିଅ ଫିଟ୍ ହେଲାନି ବୋଲି ଶାଶୁଘର ଲୋକେ ଫୋନ୍ ଯୋଗେ ତାଗିଦ୍ କରିଆସୁଥିଲେ। ସବୁଠୁ ବଡ କଥା ହେଲା ବଡ଼ ଝିଅକୁ ବଦଳେଇ ମଝିଆଁ ଝିଅକୁ ରଖିବା ପାଇଁ ଅଡି ବସିଥିଲେ ଶାଶୁଘର ଲୋକେ। ଗତ ୩୧ତାରିଖ ଦିନ ସକାଳ ପ୍ରାୟ ଦଶଟା ସମୟରେ ଝିଅକୁ ପାଣିରେ କିଛି ଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ, ଝିଅ ମନା କରିବା ସତ୍ତ୍ୱେ ମଧ୍ୟ ତାକୁ ଜବରଦସ୍ତ ସେହି ଦ୍ରବ୍ୟ ମିଶା ପାଣି ପିଆଇ ଦେଇଥିଲେ ଶାଶୁଘର ଲୋକେ।

ଏହି ପାଣି ପିଇବା ପରେ ଝିଅର ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲା। ହେଲେ ଶାଶୁଘର ଲୋକେ ନା ଡାକ୍ତର ଖାନାକୁ ନେଇଥିଲେ ନା ବାପଘରକୁ ଜଣାଇଥିଲେ। ବାପ ଘର ଲୋକେ ଏହା ଜାଣିବା ପରେ ତାଙ୍କୁ ମେଡ଼ିକାଲ ଯିବାକୁ ବାଧ୍ୟ କରିବାରୁ ପ୍ରଥମେ କୁଜଙ୍ଗ ପରେ ଜଗତସିଂପୁର ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବଂ ସେଠାରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝିଅକୁ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ