ଅଳିଆ ଗଦାରେ ଶହ ଶହ ଭୋଟର କାର୍ଡ

କୋରୁକୋଣ୍ଡା, (ବଡ଼ ଖବର ବ୍ୟୁରୋ): ସରକାରଙ୍କ ନିୟମ ଅନୁଯାୟୀ ଭୋଟର କାର୍ଡ ହେଉଛି ଲୋକଙ୍କ ପରିଚୟ ପତ୍ର । ଯାହା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସେବା ଓ ସୁଯୋଗ ମିଳିଥାଏ। କିନ୍ତୁ ଏହି ଭୋଟର ପରିଚିୟ ପତ୍ର ଲୋକଙ୍କୁ ମିଳିବା ବଦଳରେ ପଡିଛି ଅଳିଆ ଗଦାରେ । ତାହାବି ଗୋଟିଏ କି ଦୁଇଟି ନୁହେଁ । ଏପରି ପ୍ରାୟ ପଚାଶରୁ ଅଧିକ ପରିଚୟ ପତ୍ର ମାଲକାନଗିରି ଜିଲ୍ଲା ବାଲିମେଳା ଏନ ଏ ସି ଅଞ୍ଚଳର ମୁଖ୍ୟ ରାସ୍ତା କଡ଼ ଅଳିଆ ଗଦାରେ ପଡିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି ଏହି ପରିଚୟ ପତ୍ର ଲୋକମାନଙ୍କୁ ନଦେଇ ଅଳିଆ ଗଦାରେ ଫୋପାଡ଼ି ଦିଆଯାଇଛି । ସରକାର ସ୍ଥାନୀୟ ଶିକ୍ଷକମାନଙ୍କୁ ନିୟୋଜିତ କରି ଏହି ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଦାଇତ୍ୱ ଦେଇଥିଲେ। ମାତ୍ର କିଛି ଅସାଧୁ କର୍ମଚାରୀ ଏହି ପରିଚୟ ପତ୍ର ଲୋକଙ୍କୁ ନଦେଇ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ସବୁ ପରିଚୟ ପତ୍ର କୋରକୁଣ୍ଡା ବ୍ଲକର ତାରଲାକୋଟା ପାଞ୍ଚୟତର ବିଭିନ୍ନ ଗ୍ରାମର ବୋଲି ଜଣାପଡିଛି । ଏହାର ଦାୟିତ୍ୱରେ କିଏ ଥିଲା ଓ କାହିଁକି ଏହିପରି କାମ କଲେ ସେନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଜିଲ୍ଲାପାଳ ସଠିକ ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’