Masthead

ଅଳିଆ ଗଦାରେ ଶହ ଶହ ଭୋଟର କାର୍ଡ

କୋରୁକୋଣ୍ଡା, (ବଡ଼ ଖବର ବ୍ୟୁରୋ): ସରକାରଙ୍କ ନିୟମ ଅନୁଯାୟୀ ଭୋଟର କାର୍ଡ ହେଉଛି ଲୋକଙ୍କ ପରିଚୟ ପତ୍ର । ଯାହା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସେବା ଓ ସୁଯୋଗ ମିଳିଥାଏ। କିନ୍ତୁ ଏହି ଭୋଟର ପରିଚିୟ ପତ୍ର ଲୋକଙ୍କୁ ମିଳିବା ବଦଳରେ ପଡିଛି ଅଳିଆ ଗଦାରେ । ତାହାବି ଗୋଟିଏ କି ଦୁଇଟି ନୁହେଁ । ଏପରି ପ୍ରାୟ ପଚାଶରୁ ଅଧିକ ପରିଚୟ ପତ୍ର ମାଲକାନଗିରି ଜିଲ୍ଲା ବାଲିମେଳା ଏନ ଏ ସି ଅଞ୍ଚଳର ମୁଖ୍ୟ ରାସ୍ତା କଡ଼ ଅଳିଆ ଗଦାରେ ପଡିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି ଏହି ପରିଚୟ ପତ୍ର ଲୋକମାନଙ୍କୁ ନଦେଇ ଅଳିଆ ଗଦାରେ ଫୋପାଡ଼ି ଦିଆଯାଇଛି । ସରକାର ସ୍ଥାନୀୟ ଶିକ୍ଷକମାନଙ୍କୁ ନିୟୋଜିତ କରି ଏହି ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଦାଇତ୍ୱ ଦେଇଥିଲେ। ମାତ୍ର କିଛି ଅସାଧୁ କର୍ମଚାରୀ ଏହି ପରିଚୟ ପତ୍ର ଲୋକଙ୍କୁ ନଦେଇ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ସବୁ ପରିଚୟ ପତ୍ର କୋରକୁଣ୍ଡା ବ୍ଲକର ତାରଲାକୋଟା ପାଞ୍ଚୟତର ବିଭିନ୍ନ ଗ୍ରାମର ବୋଲି ଜଣାପଡିଛି । ଏହାର ଦାୟିତ୍ୱରେ କିଏ ଥିଲା ଓ କାହିଁକି ଏହିପରି କାମ କଲେ ସେନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଜିଲ୍ଲାପାଳ ସଠିକ ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼