Masthead

କେବଳ ଭଲପାଇବା ହିଁ ଲାଗିଥିବା ନିଆଁକୁ ଲିଭାଇ ପାରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଗାମୀ ନିର୍ବାଚନକୁ ନେଇ ଦଳ ମଧ୍ୟରେ ଚାଲିଛି ରଣନୀତି । ଯାହାକୁ ନେଇ ଦଳ ଦଳ ମଧ୍ୟରେ ଚାଲିଛି କସରତ । ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଜଣେ ଅନ୍ୟ ଜଣଙ୍କୁ କରୁଛନ୍ତି କଡ଼ା ସମାଲୋଚନା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ କରିଛନ୍ତି ସମାଲୋଚନା । ସେ ଟ୍ୱିଟ କରି ଲେଖିଛନ୍ତି ବିଜେପି , ଗଣମାଧ୍ୟମ ଓ ସେମାନଙ୍କ ସହ ଠିଆ ହୋଇଥିବା ତାଙ୍କ କିଛି ସପକ୍ଷବାଦୀ ଦେଶରେ ଘୃଣାର କିରୋସିନ ବିସ୍ତାର କରିଛନ୍ତି । କେବଳ ଭଲପାଇବା ହିଁ ଦେଶର ଏହି ନିଆଁକୁ ଲିଭାଇ ପାରିବ ।

ଏବେ କିଛି ଦିନ ହେବ ରାହୁଲ ବେଶ ଚର୍ଚ୍ଚାରେ ଅଛନ୍ତି । ଗତକାଲି ଆଜଦପୁର ପରିବା ମଣ୍ଡିରେ ପହଞ୍ଚି ପରିବା ବିକାଳିଙ୍କୁ ସାକ୍ଷାତ୍‌ କରିଥିଲେ ରାହୁଲ । ଖାଲି ସେତିକି ନୁହେଁ ଏହାପୂର୍ବରୁ ରାହୁଲ ଗାନ୍ଧୀ ହରିୟାଣାର ସୋନିପାଟରେ ଚାଷୀଙ୍କୁ ଭେଟିଥିବାର ନଜର ଆସିଥିଲେ। ସେ ନିଜେ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କ୍ଷେତରେ କାମ କରୁଥିବା, ଟ୍ରାକ୍ଟର ଚଳାଉଥିବା, ଚାଷୀଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ସେମାନଙ୍କ ସହ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଦିଲ୍ଲୀର କରୋଲ ବାଗରେ ମୋଟର ମେକାନିକ୍ସ ସହିତ ତାଙ୍କର କିଛି ଫଟୋ ଏବଂ ଭିଡିଓ ମଧ୍ୟ ପ୍ରକାଶ ପାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ