Masthead

ପୁଣି ମୁଣ୍ଡ ଟେକିଲା ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ମୁଣ୍ଡ ଟେକିଲା ଚାଷୀ ଆନ୍ଦୋଳନ। ପ୍ରଦେଶ, ହରିୟାଣା ଓ ପଞ୍ଜାବର କୃଷକମାନେ ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଆହ୍ୱାନ ଦେଇଛନ୍ତି। ୨୬ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୬ରେ ‘ଭାରତ ବନ୍ଦ’ ପାଇଁ ମଧ୍ୟ ଡାକରା ଦିଆଯାଇଛି। ସରକାର ଚାଷୀମାନଙ୍କୁ ଏମ୍‌ଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମ୍‌ଏସ୍‌ପି ଉପରେ ଅଦ୍ୟାବଧି କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ ଦେଶରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି।

ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ କିଷାନ ମଜଦୁର ମୋର୍ଚ୍ଚା (କେଏମ୍‌ଏମ୍‌) ସମେତ ୨୬ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୬ରେ ‘ଭାରତ ବନ୍ଦ’ ପାଇଁ ମଧ୍ୟ ଡାକରା ଦିଆଯାଇଛି। ଏହି ୩ କୃଷିବହୁଳ ରାଜ୍ୟ ସମେତ ଦେଶର ବିଭିନ୍ନ ଭାଗରୁ ପ୍ରାୟ ୨୦୦ କୃଷକ ସଙ୍ଗଠନର ୨୦ ହଜାର ଚାଷୀ ଏମ୍‌ଏସ୍‌ପି ଆଇନ ଦାବିରେ ଦିଲ୍ଲୀରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀର ଉତ୍ତରପୂର୍ବ ଜିଲାରେ ୧୪୪ ଧାରା ଜାରି କରିଛି। କାହାକୁ ଆଇନଶୃଙ୍ଖଳା ଭଙ୍ଗ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନର୍ଥଇଷ୍ଟ୍‌ ପୋଲିସ ଡେପୁଟି କମିଶନର ଜୟ ତିର୍କୀ ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ସୀମାଗୁଡ଼ିକୁ ସିଲ୍‌ କରିଦିଆଯାଇଛି।

ହରିୟାଣା, ପଞ୍ଜାବ, ୟୁପି, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶରୁ ଆସୁଥିବା ଟ୍ରାକ୍ଟର, ଟ୍ରଲି, ବସ୍‌, କମର୍ସିଆଲ ଭେହିକିଲ ଓ ଘୋଡ଼ାଗୁଡ଼ିକରେ ଆସୁଥିବା ବିକ୍ଷୋଭକାରୀଙ୍କୁ ଦିଲ୍ଲୀକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ହରିୟାଣା ପୋଲିସ ଯାତ୍ରୀମାନଙ୍କୁ ଭିନ୍ନ ରାସ୍ତା ଦେଇ ଯାତାୟାତ କରିବାକୁ ପରାମର୍ଶ ଦେଇଛି। ଏଥିସହ ବିକ୍ଷୋଭରେ ସାମିଲ ହେବାକୁ ଯାଉଥିବା କୃଷକମାନଙ୍କ ପାସ୍‌ପୋର୍ଟ ମଧ୍ୟ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛି। ଏସ୍‌କେଏମ୍‌ (ଅଣରାଜନୈତିକ) ନେତା ଜଗଜିତ ସିଂ ଦଲଓ୍ବୋଲ କହିଛନ୍ତି, ଦିଲ୍ଲୀକୁ ଯିବା ପାଇଁ ହରିୟାଣାର ଖଟ୍ଟାର ସରକାର ପଥ ଅବରୋଧ କରିବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଆମେ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ସରକାର ସମାଧାନର ପନ୍ଥା ବାହାର ନ କରି ଆତଙ୍କ ସୃଷ୍ଟି କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ