Masthead

ଆଥିଆଙ୍କ ଜନ୍ମଦିନରେ ଖାସ୍ ପୋଷ୍ଟ୍ ସେୟାର କଲେ ରାହୁଲ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ବେଶ୍ କିଛି ନିନ ହେବ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ଆଥିଆ ସେଟ୍ଟୀଙ୍କୁ ଡେଟ୍‌ କରୁଛନ୍ତି ବୋଲି ସବୁଠି ଶୁଣିବାକୁ ମିଳୁଥିଲା । । ଦୁହେଁ ଏକାଠି ବୁଲୁଥିବାର ଏବଂ ଦୁହିଁଙ୍କୁ ଏକାଠି ପ୍ରାୟତଃ ଅନେକ ସ୍ଥାନରେ ସ୍ପଟ୍ ମଧ୍ୟ କରାଯାଉଛି । କିଛି ଦିନ ପୂର୍ବରୁ କ୍ରିକେଟ ଦଳ ୟୁଏଇ ଯାଇଥିବା ବେଳେ ଆଥିଆ ମଧ୍ୟ ଯାଇଥିଲେ । କେ. ଏଲ୍ ରାହୁଲଏ ଓ ଆଥିଆ ଦୁହେଁ ଖୋଲା ଖୋଲି ଭାବେ ଫଟୋ ସେୟାର କରିଥିଲେ ।
ହେଲେ ବର୍ତ୍ତମାନ ଆଥିଆ ସେଟ୍ଟୀଙ୍କ ଜନ୍ମ ଦିନ ଅବସରରେ କେ.ଏଲ ରାହୁଲ ତାଙ୍କ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ସେ ପୋଷ୍ଟ୍ କରିଥିବା ଫଟୋରେ ଦୁହେଁଙ୍କ ମଧ୍ୟରେ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏବଂ କ୍ୟାପସନ୍ ରେ ଲେଖାଯାଇଛି ଯେ ହାପି ବାର୍ଥ ଡେ ମାଇଁ ଲଭ । ରାହୁଲଙ୍କ ଏପରି ପୋଷ୍ଟ ପରେ ଫ୍ୟାନ୍ସ ମାନେ କହୁଛନ୍ତି ଯେ ରାହୁଲ ନିଜ ସମ୍ପର୍କକୁ ଏବେ ଅଫିସିଆଲି ଘୋଷଣା କରିଛନ୍ତି । ପୂର୍ବରୁ ଦୁହେଁ ତାଙ୍କ ସମ୍ପର୍କକୁ ନେଇ କୌଣସି ଘୋଷଣା କରିନଥିବା ବେଳେ ଫଟୋ କେବଳ ସେୟାର କରିଥାନ୍ତି । ଏବଂ ଦୁହିଁଙ୍କୁ ଭଲ ବନ୍ଧୁ ବୋଲି କହିଥାନ୍ତି । ହେଲେ ବର୍ତ୍ତମାନ ସେ ଯାହା ଖାସ ନୋଟ୍‌ରେ ଲେଖିଛନ୍ତି ତାହା ତାଙ୍କ ସମ୍ପର୍କ ବନ୍ଧୁ ନୁହେଁ ବରଂ ପ୍ରେମ ଆଡକୁ ଟାଣି ନେଇଛି। ଯାହା ଏବେ କ୍ରିକେଟ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଆଥିଆଙ୍କ କଥା କହିବାକୁ ଗଲେ ତାଙ୍କର ଏହି ବିଶେଷ ଦିନରେ ବି ଟାଉନରୁ ତାଙ୍କୁ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜେ ମଧ୍ୟ ବ’ଡେ ସେଲିବ୍ରେଶନର ଏକ ଫଟୋ ପୋଷ୍ଟ୍ କରିଛନ୍ତି ଶୋସିଆଲ ମିଡିଆରେ । ଏବଂ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ନିଜ ବ’ଡେ ୱିଶ୍ କୁ ରି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ୱର୍କଫ୍ରଣ୍ଟ୍ କଥା କହିବାକୁ ଗଲେ ୨୦୧୫ରେ ସେ ବଲିଉଡ ଜଗତରେ ପାଦ ଦେଇଥିଲେ । ପ୍ରଥମ ଫିଲ୍ମ ‘ହିରୋ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଆଥିଆ । ପରେ ପରେ ତାଙ୍କୁ ମୁବାରକାନ୍, ନବାବ୍ଜାଦେ, ମୋତିଚୋର୍-ଚକ୍ନାଚୋର ଫିଲ୍ମରେ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ