ମନଇଚ୍ଛା ଅଫିସ ଆସୁଛନ୍ତି ସରକାରୀ କର୍ମଚାରୀ

ବରୀ (ବଡ଼ ଖବର ବ୍ୟୁରୋ):ସରକାରୀ କାର୍ଯ୍ୟାଳୟରେ ଚାଲିଛି ଅଧିକାରୀଙ୍କ ମନମୁତାବକ କାମ । ମନଇଚ୍ଛା ଅଫିସ ଆସୁଛନ୍ତି କର୍ମଚାରୀ । ଏନେଇ ପଚାରାଯିବାକୁ ଚୁପ ହୋଇଯାଉଛନ୍ତି । ଯାଜପୁର ବରୀ ଅଂଚଳରୁ ଆସିଛି ଏଭଳି ଦୃଶ୍ୟ ।ସମୟ ଦିନ ୧୧ଟା ବାଜିବାକୁ ବସିଲାଣି । ହେଲେ ମନ ମୁତାବକ ସମୟରେ ଆସୁଛନ୍ତି କର୍ମଚାରୀ । ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚରା ଯିବାରୁ କ୍ୟାମେରା ଆଗରେ ମୁକ ପାଲଟିଯାଉଛନ୍ତି । ବରୀ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଥିବା ବେଳେ ନାହାନ୍ତି କର୍ମଚାରୀ । ଏଭଳି ଘଟଣା ଆଜି ନୂଆ ନୁହେଁ, ଅନେକ ବାର ହୋଇଥିବା ବେଳେ ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ମାତ୍ର ଜିଲ୍ଲା ଶିକ୍ଷାଧିକାରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କ ନିରବତା ଯୋଗୁଁ ଏପରି ବାରମ୍ବାର ଘଟୁଥିବା ଦେଖିବାକୁ ମିଳିଛି। ପୂଜା ଛୁଟିରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଥିବା ବେଳେ କାର୍ଯ୍ୟାଳୟ ଖୋଲା କରି କର୍ମଚାରୀ କିଛି ଗୁପ୍ତ କାର୍ଯ୍ୟ କରୁଥିବା ଖବର ବଡ ଖବରରେ ପ୍ରକାଶ ପାଇଥିଲା । ପରେ କୌଣସି ପରିକ୍ରୀୟା ମିଳିନଥିବା ବେଳେ ଆଜି କାର୍ଯ୍ୟ ଦିବସରେ ଦିନ ୧୧ଟା ସୁଦ୍ଧା କୌଣସି କର୍ମଚାରୀ ଆସିନଥିବା ବେଳେ କର୍ମଚାରୀଙ୍କ ଦେଖା ନଥିଲା ।ଯେଉଁଠି ଅଧିକାରୀ ଆସୁନାହାନ୍ତି ସେଠୀ କର୍ମଚାରୀ ବି ଫାଙ୍କା ମାରୁଥିବା ଦେଖିବାକୁ ମିଳିଛି। ବରୀ ବ୍ଲକରେ ଦୀର୍ଘ ଦିନ ହେଲା ପ୍ରାଥମିକ ଶିକ୍ଷାଦାନ ବିପର୍ୟ୍ୟସ୍ତ ହୋଇପଡ଼ିଥିବା ବେଳେ ଖୋଦ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଏବଂ ସଠିକ୍ ସମ ରେ କାର୍ଯ୍ୟାଳୟ ନ ଆସିବା ଘଟଣା ବରୀ ବାସିଙ୍କୁ ଚକିତ କରିଛି।

ଏନେଇ ଆମେ ଅଧିକାରୀଙ୍କୁ ଫୋନ ଦ୍ୱାରା ଯୋଗାଯୋଗ ମଧ୍ୟ କରିଥିଲୁ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଖୋଦ ଶିକ୍ଷା ବିଭାଗ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ବରୀର ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି । ତେବେ ଆଜି ମଧ୍ୟ କାର୍ଯ୍ୟାଳୟ ଖୋଲା ଥିବା ବେଳେ ୧୧ଟା ସୁଦ୍ଧା କୌଣସି କର୍ମଚାରୀ ଆସିନଥିବା ଘଟଣା ଉପରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନା ଆଗକୁ ଏପରି ଚାଲିବାକୁ ପ୍ରୋତ୍ସାହନ ପାଇଁ ନୀରବ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ