Masthead

ଜାଣନ୍ତୁ ତବୁଙ୍କ ସୌନ୍ଦର୍ଯ୍ୟର ରାଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଏଭରଗ୍ରୀନ୍ ହିରୋଇନ୍ ତବୁ ସେହି ହିରୋଇନମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କ ସୌନ୍ଦର୍ଯ୍ୟରୁ ତାଙ୍କ ବୟସ ଅନୁମାନ କରିବା କଷ୍ଟକର। ୮୦ ଦଶକରୁ ବି ଟାଉନରେ ନିଜର ଦବଦବା ଜାରି ରଖିଛନ୍ତି ତବୁ । ୧୯୮୨ରେ ସେ ଫିଲ୍ମ ଦୁନିଆରେ ପାଦ ଦେଇ ଏବେ ବି ଅନେକ ଖାସ୍ କ୍ୟାରେକ୍ଟରରେ ଦେଖିବାକୁ ମିଳନ୍ତି । ତେବେ ତାଙ୍କୁ ବର୍ତ୍ତମାନ ୫୧ ବର୍ଷ ବୟସ କିନ୍ତୁ ଏହି ବୟସରେ ମଧ୍ୟ ସେ ୨୫ ବର୍ଷର ଦେଖାଯାନ୍ତି। ତାଙ୍କର ଏପରି ସୁନ୍ଦର ଗ୍ଲାମର ଓ ବିଉଟି ପଛର ରାଜ୍ ବି ନିକଟରେ ସେ ସେୟାର କରିଛନ୍ତି । ସେ କୁହନ୍ତି ଯେ ସେ ନିଜ ସ୍କିନର ଖୁବ୍ ଯତ୍ନ ନିୟନ୍ତି, ଯେଉଁ କାରଣରୁ ସେ ଏହି ବୟସରେ ମଧ୍ୟ ୟଂଗ ଦେଖାଯାନ୍ତି । ତବୁ ବିଶ୍ୱାସ କରନ୍ତି ଯେ ସୁନ୍ଦର ଦେଖାଯିବା ପାଇଁ ଚର୍ମ ସୁସ୍ଥ ରହିବା ଅତ୍ୟନ୍ତ ଜରୁରୀ, ଯେଉଁଥିପାଇଁ ସେ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତି। ଏହା ବ୍ୟତୀତ ତବୁ ଦିନର ଆରମ୍ଭରୁ ମଧ୍ୟାହ୍ନ ପର୍ୟ୍ୟନ୍ତ କେବଳ ଫଳ ଖାଇ ରୁହନ୍ତି।

ତବୁଙ୍କ ମତରେ ସେ ପିଲାଦିନରୁ ଗରମ ତେଲ ନିଜ କେଶରେ ମସାଜ କରୁଛନ୍ତି। ସେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସପ୍ତାହରେ ଦୁଇଥର କେଶ ମାଲିସ୍ କରନ୍ତି। ସେ ବିଶ୍ୱାସ କରନ୍ତି ଯେ ଫିଟନେସ୍ ସହିତ ଚର୍ମ ପାଇଁ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରହିଥାଏ, ଯେଉଁ କାରଣରୁ ଚେହେରାର ସୌନ୍ଦର୍ୟ୍ୟ ଅକ୍ଷୁର୍ଣ୍ଣ ରହିଥାଏ । ତେବେ ଏପରି ଭାବରେ ତବୁ ନିଜ ସ୍କିନ୍ ଫିଟନେସ୍ ଓ ବିଉଟକୁ ଆଜି ପର୍ଯ୍ୟନ୍ତ ମଧ୍ୟ ମେଣ୍ଟେନ୍ କରି ରଖିଛନ୍ତି । ଆଜି ବି ସେ ଆଗ ଧାଡିର ନାୟିକା ମାନଙ୍କୁ ଟକ୍କର ଦେବାକୁ ପଛନ୍ତି ନାହିଁ । ତେବେ ୨୦୧୯ରେ ଅଜୟ ଦେବନଙ୍କ ବିପକ୍ଷରେ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରେ ନଜର ଆସିଥଇଲେ ତବୁ । ଫିଲ୍ମରେ ତାଙ୍କର ଭିନ୍ନ ଭୂମିକାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏହା ବ୍ୟତିତ ୨୦୧୪ରେ ରିଲିଜ୍ ହୋଇଥିବା ବ୍ଲକ୍ ବଷ୍ଟର ଫିଲ୍ମ ‘ଦ୍ରିଶ୍ୟମ୍’ ରେ ତବଙ୍କ ଦମଦାର ଅଭିନୟ ଆଜି ବି ଦର୍ଶକଙ୍କ ମନରେ ରହିଛି । ତେବେ ଆଗକୁ ତବୁ ୨ଟି ହିନ୍ଦି ଫିଲ୍ମ ସହିତ ଗୋଟିଏ ମଲାୟଲମ୍ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !